୫ବର୍ଷର ଝିଅକୁ ଦୁଷ୍ମର୍ମ କଲେ ୧୦,୧୧ବର୍ଷ ବାଳକ

0

(ପ୍ରିୟଦର୍ଶନୀ ସ୍ୱାଇଁ): ପୁଣି ୫ବର୍ଷର ଝିଅକୁ ଦୁଷ୍କର୍ମ । ଏପରି ଏକ ଜଘଂନ୍ୟା କାଣ୍ଡ ଘଟିଛି ରାଜଧାନୀ ଦିଲ୍ଲୀରେ । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟକର କଥା ହେଉଛି ଦୁଷ୍କର୍ମ କରିଥିବା ଅଭିଯୁକ୍ତ୨ଜଣର ବୟସ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ୨ଅଭିଯୁକ୍ତ ପୀଡ଼ିତାର ପଡ଼ୋଶୀ ହୋଇଥିବା ବେଳେ ଜଣଙ୍କୁ ୧୧ ବର୍ଷ ଏବଂ ଅନ୍ୟ ଜଣଙ୍କ ବୟସ ୧୦ ବର୍ଷ ରହିଛି ।
ସୂଚନା ମୁତାବକ, ସୋମବାର ରାତିରେ ପୀଡ଼ିତା ପାର୍କରେ ଖେଳୁଥିବା ବେଳେ ଦୁଇ ଅଭିଯୁକ୍ତ ଏଭଳି ଅପରାଧ କରିଥିଲେ । ପୀଡ଼ିତାଙ୍କ ମା’ଙ୍କୁ ଆସୁଥିବା ଦେଖି ଦୁହେଁ ସେଠାରୁ ଫେରାର ହୋଇ ଯାଇଥିଲେ । ପରେ ପୀଡ଼ିତାଙ୍କୁ ଡ଼ାକ୍ତରଖାନା ନେବା ପରେ ତାଙ୍କ ସହ ଦୁଷ୍କର୍ମ କରାଯାଇଥିବା ନେଇ ସ୍ପଷ୍ଟ କରିଥିଲେ ଡ଼ାକ୍ତର । ଯାହା ପରେ ଏ ନେଇ ପୁଲିସରେ ଅଭିଯୋଗ କରାଯାଇଥିଲା । ଏତଲା ପାଇବାର ୨୪ଘଣ୍ଟା ପରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣା ପଡ଼ିଛି ।