ମରସ୍କୋରେ ଜୋରଦାର ଭୂମିକମ୍ପ ଦେଖିବାକୁ ମିଳିଛି । ଭୟଙ୍କର ଭୂମିକମ୍ପରେ ଥରିଲା ମରକ୍କୋ। ରିକ୍ଟର ସ୍କଲରେ ୬ ଦଶମିକ ୮ ତୀବ୍ରତାର ଭୂମିକମ୍ପ ହୋଇଥିବା ଜାଣିବାକୁ ମିଳିଛି । ଏହି ଭୂମିକମ୍ପରେ ବଡବଡ କୋଠା ଭୁଶୁଡିଥିବାବେଳେ ଅନେକ ଲୋକଙ୍କ ଜୀବନ ଯାଇଛି। ଏହି ଭୂକମ୍ପରେ ଏପର୍ୟ୍ୟନ୍ତ ୬୩୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ପୂର୍ବରୁ ମରକ୍ସୋର ଗୃହମନ୍ତ୍ରୀ ସୂଚନା ଦେଇଥିଲେ କି ଏହି ଭୂକମ୍ପ ଫଳରେ ୨୯୬ ଜଣଙ୍କର ମୃତ୍ୟୁ ହୋଇଥିଲା ।
ବିଳମ୍ବିତ ରାତି ପାଖାପାଖି ୧୧ଟା ସମୟରେ ଭୂମିକମ୍ପ ହୋଇଥିଲାବେଳେ ଭୂମିକମ୍ପର କେନ୍ଦ୍ର ମରୋକୋ ମରାକେଶ ସହରର ୭୦ କିଲୋମିଟର ଦୂରରେ ବୋଲି ଜଣାପଡ଼ିଛି । ମରାକେଶରଠାରୁ ପାଖାପାଖି ୩୫୦ କିଲୋମିଟର ଦୂର ରାଜଧାନୀ ରବାତରେ ମଧ୍ୟ ଲୋକେ ଭୂମିକମ୍ପ ଅନୁଭବ କରିଥିଲେ । ଭୂମିକମ୍ପ ଏତେ ଭୟଙ୍କର ଥିଲା ଯେ, ବଡ଼ ବଡ଼ କୋଠା ଭୁଶୁଡ଼ି ପଡ଼ିଥିଲା । ଆଉ ଲୋକେ ଏଣେତେଣେ ଦୌଡ଼ିବା ଆରମ୍ଭ କରିଥିଲେ ।