ଦୁଇ ଗୋଷ୍ଠୀ ମଧ୍ୟରେ ଲାଠି ମାଡ, ୬ ଗିରଫ
ପଶ୍ଚିମ ଓଡିଶାର ବଲାଙ୍ଗିର ଜିଲ୍ଲାରେ ଥିବା ହରିଶଙ୍କରେ ଶୈବ ପୀଠରେ ଦୁଇ ଗୋଷ୍ଠୀ ମଧ୍ୟରେ ଲାଠି ମାଡ ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି ।
(ପଶ୍ଚିମ ଓଡିଶା) : ଦୁଇ ଗୋଷ୍ଠୀ ମଧ୍ୟରେ ଲାଠି ମାଡ । ପଶ୍ଚିମ ଓଡିଶାର ବଲାଙ୍ଗିର ଜିଲ୍ଲାରେ ଥିବା ହରିଶଙ୍କରେ ଶୈବ ପୀଠରେ ଦୁଇ ଗୋଷ୍ଠୀ ମଧ୍ୟରେ ଲାଠି ମାଡ ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଜଣେ ପାଟଣାଗଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟଜଣେ ବଲାଙ୍ଗିର ମୁଖ୍ୟ ଡାକ୍ତର ଖାନାରେ ଚିକିତ୍ସିତ ହେଉଛି। ଏହି ଘଟଣାରେ ଖପ୍ରାଖୋଲ ପୋଲିସ ଦୁଇ ଗୋଷ୍ଠୀରୁ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପ୍ରସିଦ୍ଧ ହରିଶଙ୍କର ପୀଠର ପାପନାସିନି ଝରଣା ନିକଟରେ କଣ୍ଟାବାରି କିଛି ଅସାମାଜିକ ପର୍ଯ୍ୟଟକ ଗାଧୋଇବା ସମୟରେ ସେଠି ବସି ମଦ ପିଉଥିବାରୁ ମନ୍ଦିର କମିଟି ବାରଣ କରିଥିଲା।
ସୂଚନାନୁଯାୟୀ , ମନ୍ଦିର କମିଟି ଓ ଅସାମାଜିକ ବ୍ୟକ୍ତି ମାନଙ୍କ ମଧ୍ୟରେ ଝଗଡା ହୋଇଥିଲା। ଝଗଡା ଏତେ ଜୋରରେ ହୋଇଥିଲା ଯେ ଉଭୟଙ୍କ ମଧ୍ୟରେ ଲାଠି ରେ ତୁମୁଳ ସଂଘର୍ଷ ହୋଇଥିଲା। ଫଳରେ ଅନ୍ୟ ପର୍ଯ୍ୟଟକମାନେ ଭୟରେ ଦୌଡି ଚାଲିଯାଇଥିଲେ । ହରିଶଙ୍କରେ ପଯ୍ୟଟକ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ପାପନାସିନି ଝରଣାରେ ମହିଳା ଏବଂ ପୁରୁଷ ପୋଲିସ ସୁରକ୍ଷା ପାଇଁ ରଖାଯାଏ।