ଭୁବନେଶ୍ୱର: ରାଉରକେଲାରେ ଝାଡ଼ା ବାନ୍ତି ବ୍ୟାପିବା ଯୋଗୁ ବର୍ତ୍ତମାନ ସୁଦ୍ଧା ୬ ଜଣ ଙ୍କ ମୃତ୍ୟୁ ହୋଇଛି । ୫୯୫ ଜଣ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ ୩୪୩ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେ ମଧ୍ୟରୁ ୧୪୫ ଜଣ ସୁସ୍ଥ ହୋଇ ଘରକୁ ଯାଇଛନ୍ତି । ଗତକାଲି ସନ୍ଧ୍ୟା ସୁଦ୍ଧା ୧୬୨ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେଥି ମଧ୍ୟରୁ ୨୦ ଜଣ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି । ଗୋଟେ ସ୍ଥାନରୁ ନୁହେଁ ୧୨ ରୁ ୧୪ ଟି ୱାର୍ଡ ରୁ କେସ ଆସୁଛି । ସେଥିପାଇଁ ୬ ଟି ରାପିଡ଼ ରେସପନ୍ସ ଟିମ ନିୟୋଜିତ ହୋଇଛନ୍ତି । ସୁନ୍ଦରଗଡ଼ ମେଡ଼ିକାଲ କଲେଜରୁ ୪ ଜଣ ଫ୍ୟାକଲିଟି ନିୟୋଜିତ କରାଯାଇଛି । ସିଡ଼ିଏମଓ ଙ୍କ ତରଫରୁ ୪ ଜଣ ଜୁନିୟର ଡାକ୍ତର ନିୟୋଜିତ କରାଯାଇଛି । ୧୨ ଜଣ ଷ୍ଟାପ ନର୍ସ ଙ୍କୁ ସେଠାକୁ ପଠା ଯାଇଛି । ଟେକ୍ନି ସିଆନ ଦୁଇ ଜଣ ଙ୍କୁ ପଠା ଯାଉଛି । ଆବଶ୍ୟକୀୟ ଔଷଧ ସରଞ୍ଜାମ ମହଜୁଦ ଅଛି । ଜିଲ୍ଲାପାଳ ସମୀକ୍ଷା ନେଇଛନ୍ତି । ପାଣି ପାଇଁ ଏମିତି ଝାଡା ବାନ୍ତି ବ୍ୟାପୀଛି । ଲୋକ ବି କିଛି ଦିନ ପାଣି କୁ ନେଇ ଅଭିଯୋଗ କରିଥିଲେ । ଜଳବାହିତ ରୋଗ ବୋଲି ପ୍ରଥମିକ ପର୍ଯ୍ୟାୟ ରୁ ଜଣା ପଡୁଛି । ପାଣିରେ କ୍ଲୋରିନ କମ ରହିଛି । ଜିଲ୍ଲାପାଳ ୱାଟକୋ ନିର୍ଦ୍ଦେଶ ଦେଇଛନ୍ତି ପାଣି ରେ କ୍ଲୋରିନ ପରିମାଣ ବଢ଼େଇବା ପାଇଁ । ଜିଲ୍ଲାପାଳ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ୱାଟର ଟ୍ୟାଙ୍କ ସଫା କରିବାକୁ, ପାଣି ନାଳ ବିଶୋଧନ କରିବା, ଟ୍ୟାଙ୍କ ରୁ ପାଣି ନେଇ ପରୀକ୍ଷା କରିବା ଭଳି କାମ କରିବେ ।