(ସୌମ୍ୟ ରଂଜନ ସେଠୀ): ଆନ୍ଦୋଳନରେ ବସିଥିବା ୬ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ସସ୍ପେଣ୍ଡ । କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ, ବିଶୃଙ୍ଖଳିତ ଆଚରଣ ଏବଂ କର୍ତ୍ତବ୍ୟରୁ ଅନଧିକାର ଭାବେ ଓହରି ଯାଇଥିବା ଅଭିଯୋଗରେ ରାଜ୍ୟର ୬ଜଣ ଅଗ୍ନିଶମ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ମୟୂରଭଞ୍ଜର ଚିତ୍ରଡ଼ା ଫାୟାର ଷ୍ଟେସନର ୨ ଜଣ କର୍ମଚାରୀ, ଦଶପଲ୍ଲାର ୨ ଏବଂ ବାଲିଆପାଳର ୨ ଜଣ କର୍ମଚାରୀ ସସ୍ପେଣ୍ଡ ହୋଇଛନ୍ତି । ତେବେ ବିଭିନ୍ନ ଦାବିକୁ ନେଇ ଆନ୍ଦୋଳନ କରିଥିଲେ ଅଗ୍ନିଶମ କର୍ମଚାରୀ ।
ଗତ ୨୪ ତାରିଖଠାରୁ ଧାରଣାରେ ବସିଥିଲେ ଅଗ୍ନିଶମ କମର୍ଚାରୀ । ସେମାନେ ନିଜ କାର୍ୟ୍ୟରେ ଅବହେଳା କରିବା ଦ୍ୱାରା ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ ସାଧାରଣ ଲୋକେ । ଏହି ଆନ୍ଦୋଳନ ପାଇଁ ନିଆଁ ଲିଭା କାର୍ୟ୍ୟକୁ ଯାଉନଥିବା ସହ କେହି ପାଣିରେ ବୁଡି ଗଲେବି ଉଦ୍ଧାର ପାଇଁ ଯାଉନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଆଜି ୬ ଜଣ କମର୍ଚାରୀଙ୍କୁ ସସ୍ପେଣ୍ଡ କରାଯାଇଛି ।