ଆଠଗଡ଼: ଆଠଗଡ଼ ବନ ବିଭଗ ହେଫାଜତ ରେ ଧନେଶ୍ୱର ବେହେରା ମୃତ୍ୟୁ ମାମଲା । ନିଲମ୍ବନ ହେବେ ଗିରଫ ୬ ବନ କର୍ମଚାରୀ । ବିଭାଗୀୟ ନିୟମ ଅନୁସାରେ ଗିରଫ ହେବାର ୪୮ ଘଣ୍ଟା ମଧ୍ୟରେ ହେବେ ନିଲମ୍ବନ ଏ ନେଇ ସୂଚନା ଦେଇଛନ୍ତି ପିସିସିଏଫ ଦେବୀଦତ୍ତ ବିଶ୍ୱାଳ । ରେଞ୍ଜର ଙ୍କୁ ଛାଡି ଅନ୍ୟ ୬ ଅଭିଯୁକ୍ତ ବନ କର୍ମଚାରୀ ଙ୍କୁ ନିଲମ୍ବନ କରିବେ ଡି ଏଫ ଓ଼ । ରେଞ୍ଜର ଙ୍କ ନିଲମ୍ବନ ପାଇଁ ବନ ବିଭାଗ ମୁଖ୍ୟାଳୟ କୁ ସୁପାରିଶ କରିବେ ଡି ଏଫ ଓ଼ । ହାତୀ ଦାନ୍ତ ରାକେଟ ମାମଲା ରେ ଅଟକ ଥିବା ବେଳେ ମୃତ୍ୟୁ ହୋଇଥିବା ଧନେଶ୍ୱର ନାମ ରେ ପୂର୍ବରୁ ଅନେକ ମାମଲା ରହିଛି । ତଦନ୍ତ ଚାଲିଥିବା ମାମଲା ରେ ତାହାର ସମ୍ପୃକ୍ତି ଥିଲା ନା ନାହିଁ ଅନ୍ୟ ଅଧିକାରୀ ତଦନ୍ତ କରିବେ ।