ବନ୍ଦ ହେଲା ହୀରାକୁଦର ୬ଟି ଗେଟ୍ : ୧୪ଟି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟା ଜଳ

0

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରେ ବନ୍ଦ ହେଲା ୬ଟି ଗେଟ୍ । ତେବେ ଉପରମୁଣ୍ଡରେ ଜଳପ୍ରବେଶ କମିବା ଫଳରେ ଗେଟ୍ ବନ୍ଦ ହୋଇଥିବା ବେଳେ ବର୍ତ୍ତମାନ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ପୂର୍ବରୁ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିଲା।
ସୂଚନାନୁଯାୟୀ, ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ବାମ ପାର୍ଶ୍ଵର ୯ଟି ଏବଂ ଡାହାଣ ପାର୍ଶ୍ଵର ୫ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ଜଳଭଣ୍ଡାରର ଜଳସ୍ତର ହ୍ରାସ ପାଇ ୬୨୧.୪୭ ଫୁଟରେ ପହଞ୍ଚିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୨ଲକ୍ଷ ୪୫ ହଜାର ୨୪୦ କ୍ୟୁସେକ ଜଳ ପ୍ରବେଶ କରୁଛି।