ଆତଙ୍କବାଦୀଙ୍କୁ ନେଇ ତାମିଲନାଡୁରେ ହାଇ ଆଲର୍ଟ ଜାରି

0

ଋିପୋଟର୍ସ ଟୁଡେ, ଭୁବନେଶ୍ୱର- ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତଏବାର ୬ଜଣ ଆତଙ୍କବାଦୀ ତାମିଲନାଡୁ ଭିତରକୁ ପଶିଥିବା ଜଣାପଡିଛି । ଏ ବିଷୟରେ ତାମିଲନାଡୁ ସରକାର ଜାଣିବା ପରେ ସମଗ୍ର ରାଜ୍ୟରେ ହାଇ ଆଲର୍ଟ ଜାରି କରିଛନ୍ତି । ରାଜ୍ୟର ପ୍ରତିରାସ୍ତାରେ ପୋଲିସ ପେଟ୍ରୋଲିଂକୁ କଡାକଡି କରି ଦିଆଯାଇଛି । ଏହାସହ ଏକ ଟାସ୍କଫୋର୍ସ ଗଠନ କରାଯାଇ ରାଜ୍ୟ ଭିତରକୁ ପଶି ଆସିଥିବା ଆତଙ୍କବାଦୀଙ୍କୁ ଧରିବା ପାଇଁ ପ୍ରୟାସ କରାଯଉଛି । ତାଙ୍କୁ ଧରିବା ପାଇଁ ବିଭିନ୍ନ ଜାଗାରେ ଚଢାଉ ମଧ୍ୟ କରାଯାଉଛି । ଚେନ୍ନାଇ ଓ କୋଏମ୍ବାଟୁରରେ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ସହରର ରେଳ ଷ୍ଟେସନ ଓ ବିମାନ ବନ୍ଦର ଉପରେ କଡା ନଜର ରଖାଯିବା ସହ ସମସ୍ତ ଯାତ୍ରୀଙ୍କୁ ଯାଂଚ କରଯାଇ ଭିତରକୁ ଛଡା ଯାଉଛି । ତେବେ କିଭଳି ଆଉ କିପରି ଏହି ଆତଙ୍କବାଦୀମାନେ ରାଜ୍ୟ ଭିତରକୁ ପଶିଲେ ଓ ଏମାନେ କେଉଁ ଉଦ୍ଦେଶ୍ୟ ନେଇ ଆସିଛନ୍ତି ତାହାର ଏପର୍ଯ୍ୟନ୍ତ ଖୋଜ ଖବର ମିଳି ନାହିଁ ।