ଓଡ଼ିଶା ପାଇଁ ଖୁସି ଖବର; ଓଡିଶାକୁ ଆସିବା ୬ ନୂଆ ରେଳ ଲାଇନ

0

ଭୁବନେଶ୍ୱର : ଓଡ଼ିଶା ପାଇଁ ଖୁସି ଖବର | ରାଜ୍ୟରେ ବଢିବ ରେଳ ସାନ୍ଦ୍ରତା | | ରେଳ ଯାତ୍ରୀ ପରିବହନ ସହ ମାଳ ପରିବହନ ରେ ଏହା ସହାୟକ ହେବ | କ୍ୟାବିନେଟ ମୋହର ମାରିଥିବା ଓଡ଼ିଶା ର 6 ପ୍ରକଳ୍ପ ପାଇଁ ପ୍ରଥମ ପର୍ଯାୟ ରେ 15 ହଜାର କୋଟି ଟଙ୍କା ଖର୍ଚ୍ଚ ହେବ | ଏହି ପ୍ରକଳ୍ପ ରେ କେନ୍ଦୁଝର, ମୟୁରଭଞ୍ଜ,କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡା ଭଳି ଜିଲ୍ଲା ବେଶ ଉପକୃତ ହେବ | ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ନିଜ ଜିଲ୍ଲା ମୟୁରଭଞ୍ଜର ବାଦାମ ପାହାଡ଼ ରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ଜିଲ୍ଲା କେନ୍ଦୁଝର କୁ ସଂଯୋଗ କରିବ ରେଳ ଲାଇନ |

1 ଗୁଣୁପୁର -ଥେରୁବାଲି ନୂଆ ରେଳ ଲାଇନ ପାଇଁ 1326 କୋଟି ବ୍ୟୟ ଅଟକଳ ହୋଇଛି | ଏହା 73.62 କିଲୋମିଟର ସହ ରାୟଗଡା ଜିଲ୍ଲା କଭର କରିବ |
2. ଜୁନାଗଡ଼ -ନବରଙ୍ଗପୁର ରେଳ ଲାଇନ 3274 କୋଟି ଟଙ୍କା ବ୍ୟୟ ଅଟକଳ | 116.21 କିଲୋମିଟର ଯାହା କି କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା କଭର କରିବ |
3.ମାଲକାନଗିରି -ପାଣ୍ଡୁରାଙ୍ଗପୁରମ ରେଳ ଲାଇନ 4109 କୋଟି ବ୍ୟୟ ଅଟକଳ | 173.61 କିଲୋମିଟର ଯାହା ମାଲକାନଗିରି EAST କଭର କରିବ |
4.ବାଙ୍ଗିରି ପୋଷି -ଗୋରୁ ମହିଷାଣୀ ରେଳପଥ 85.60 କିଲୋମିଟର ପାଇଁ 2549 କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି | 2 ଟି ପୁରୁଣା ରେଳ ଷ୍ଟେସନ ସହ 6 ଟି ନୂଆ ଷ୍ଟେସନ କୁ ମିଶାଇ ମୋଟ 8 ଟି ଷ୍ଟେସନ ରହିବ,ବାଙ୍ଗିରିପୋସି,ଚାନ୍ଦବାଲି,ଛରାବନ୍ଧ,ବିଶୋଇ, ବାଙ୍କୀପତୁରା,ନ୍ୟୁ ରାଇରଙ୍ଗପୁର ଓ ଗୋରୁମାହିସାଣି ଷ୍ଟେସନ ରହିବ | ଏଥିପାଇଁ 567.45 ହେକ୍ଟର ଜମି ଆବଶ୍ୟକ |

5. ବାଦାମପାହାଡ଼ -କେନ୍ଦୁଝର ରେଳପଥ 82.06 କିଲୋମିଟର ରେଳଲାଇନ ପାଇଁ 2106 କୋଟି ବ୍ୟୟ ଅଟକଲ ହୋଇଛି | ଏଥିରେ ମୋଟ 8 ଟି ଷ୍ଟେସନ ରହିବ | ବାଦାମପାହାଡ଼,କଳସବନ୍ଧ,ଟଙ୍ଗାବାଲି,ସିଙ୍ଗଡ଼ା,ଘୋଷଡ଼ା ଚେମଣ୍ଡା,ଖୀରଟାଙ୍ଗରି ଓ କେନ୍ଦୁଝର ଷ୍ଟେସନ | ଏଥିପାଇଁ 506.69 ହେକ୍ଟର ଜମି ଆବଶ୍ୟକ |

6. ବୁଢ଼ାମରା -ଚକୁଳିଆ ନୂଆ ରେଳ ପଥ 59.96 କିଲୋମିଟର ପାଇଁ 1639 କୋଟି ବ୍ୟୟ ଅଟକଲ ହୋଇଛି | 7 ଟି ଷ୍ଟେସନ ରହିବ ଏହି ରୁଟ ରେ | ବୁଡାମରା,ଝାରପୋଖରୀଆ,ନ୍ୟୁ ଯାମସୋଳା,ବାହାଡାଗୋଡ଼ା, ବରୋଲ,ପୁରୁଣାପାଣି ଓ ଚାକୁଳିଆ ଷ୍ଟେସନ ରହିବ | ଏଥିପାଇଁ 462.52 ହେକ୍ଟର ଜମି ଆବଶ୍ୟକ |
ଏହି 6 ଟି ପ୍ରକଳ୍ପ ପାଇଁ 590 କିଲୋମିଟର ସହ 15 ହଜାର କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି | 1826 କିଲୋମିଟର 10 ବର୍ଷ ଭିତରେ ଓଡ଼ିଶାରେ ହୋଇଛି |

 

ଓଡ଼ିଶା ପ୍ରତି ରେଳ ବିଭାଗ ତରଫ ରୁ ଓଡ଼ିଶାରେ ରେଳ ଉନ୍ନତି ପାଇଁ ଯେଉଁ 6 ଟି ପ୍ରକଳ୍ପ ହୋଇଛି ସେଥିପାଇଁ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ | ଦକ୍ଷିଣ ଓଡ଼ିଶା ସହ ପଶ୍ଚିମ ଓଡ଼ିଶା ର ସଂଯୋଗ ଏବଂ ଉତ୍ତର ଓଡ଼ିଶା କୁ ଝାରଖଣ୍ଡ ସହ ସଂଯୋଗ ଏକ ଭଲ ପଦକ୍ଷେପ | କଳାହାଣ୍ଡି, ନବରଙ୍ଗପୁର, ରାୟଗଡା କୋରାପୁଟ, ମୟୁରଭଞ୍ଜ ଜିଲ୍ଲା ରେ ଆର୍ଥିକ ବିକାଶ କ୍ଷେତ୍ର ରେ ସହାୟକ ହେବ | ଗମନା ଗମନ ସହ ଦେଶ ଉନ୍ନତି ରେ ସହାୟକ ହେବ | ଆଜି ଲୋକସେବା ଭବନ ରେ ଭିଡିଓ କନଫରସିଂ ରେ ମୁଖ୍ୟମନ୍ତ୍ରୀ ରେଳ ମନ୍ତ୍ରୀ ସହ ଆଲୋଚନା ବେଳେ କହିଛନ୍ତି ମୁଁ ଦିଲ୍ଲୀ ଯାଇଥିଲି ଆପଣ ଡାକି 5 ମିନିଟ ବସେଇ ଗୋଟିଏ ଚା ପିଆଥିଲେ | ସେହି 5 ମିନିଟ ଚା ରେ 6 ରେଳ ପ୍ରକଳ୍ପ | ଡବଲ ବିକାଶ ଓଡ଼ିଶାରେ ହେବ | ଜମି ଅଧିଗ୍ରହଣ ପାଇଁ କାମ ଡିଲେ ହେଉଥିଲା ଏବେ ସରକାର ଙ୍କ ତରଫରୁ ସମ୍ପୂର୍ଣ୍ଣ ସହଯୋଗ ରହିବ ଯଥା ସମୟ ରେ କାର୍ଯ୍ୟ ପୂରଣ ପାଇଁ ସହଯୋଗ କରିବେ |

2030- 31 ସୁଦ୍ଧା ରେଳ ଲାଇନ ନିର୍ମାଣ ସାରିବାକୁ ଲକ୍ଷ ରଖାଯାଇଥିବା ବେଳେ ବିଶେଷ କରି KBK ଅଞ୍ଚଳ ରେ ଗମନା ଗମନର ବାଟ ଫିଟିବ |