କେଦାରନାଥ : କେଦାରନାଥରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି। ମୃତକଙ୍କ ମଧ୍ୟରେ ୪ ଜଣ ଶ୍ରଦ୍ଧାଳୁ ଥିବାବେଳେ ୨ ଜଣ ପାଇଲଟ୍ ଅଛନ୍ତି। ଯେଉଁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି, ତାହା ଆର୍ଯ୍ୟନ କମ୍ପାନୀର ବୋଲି ଜଣାପଡିଛି।
ଯେଉଁ ସମୟରେ ହେଲିକପ୍ଟର କ୍ରାସ ହୋଇଥିଲା ସେଥିରେ ପାଇଲଟଙ୍କ ସମେତ ୬ ଲୋକ ବସିଥିଲେ। ଘଟଣା ସ୍ଥଳରେ ସମସ୍ତଙ୍କର ମୃତ୍ୟୁ ହୋଇଛି। ହେଲିକପ୍ଟର କ୍ରାସ୍ ଖରାପ ପାଣିପାଗ ଯୋଗୁଁ ହୋଇଛି ବୋଲି କୁହାଯାଉଛି। ତେବେ ମିଳିଥିବା ସୂଚନା ଅନୁଯାୟୀ, ହେଲିକପ୍ଟରଟି କେଦାରନାଥରୁ ଫାଟା ଯାଉଥିଲା। ଏହି ସମୟରେ ଦୁର୍ଘଟଣା ହୋଇଥିଲା।