କଟକ: କଟକ ବାରଙ୍ଗ ଥାନା ତ୍ରିଶୁଳିଆ ଅଞ୍ଚଳରେ ଲଜ୍ଜାଜନକ ଘଟଣା ଘଟିଛି । ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ଗୁରୁତର ନାବାଳିକାକୁ ଉଦ୍ଧାର କରାଯାଇ ଶିଶୁ ଭବନର ଆଇସିୟୁରେ ଭର୍ତ୍ତି କରାଯାଇଛି। । ଏନେଇ ଥାନାରେ ପରିବାର ପକ୍ଷରୁ ମାମଲା କରାଯାଇଛି ।
ସୂଚନା ଅନୁସାରେ ବାରଙ୍ଗ ଅଞ୍ଚଳରେ ଏକ ଇଟା ଭାଟିରେ ନାବାଳିକାଙ୍କ ପରିବାର ଲୋକମାନେ କାମ କରି ଆସୁଥିଲେ । ସେହିଠାରେ ହିଁ ନାବାଳିକାଙ୍କ ସହ ଏଭଳି ଲଜ୍ଜାଜନକ ଘଟଣା ଘଟିଛି । ଏ ନେଇ ପରିବାର ଲୋକ ବାରଙ୍ଗ ଥାନାରେ ଏତଲା ଦେଇଛନ୍ତି । ଘଟଣା ଘଟିବା ପରେ ଅଭିଯୁକ୍ତ ଜଣକ ଫେରାର୍ ହୋଇଯାଇଛି । ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି । ଅଭିଯୁକ୍ତ ଜଣକ ଝାଡଖଣ୍ଡ ଅଞ୍ଚଳର ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।