୬୦ କେଜିର ବାଲି କଇଁଛ ଉଦ୍ଧାର

0

(ରିପୋଟର୍ସ ଟୁଡେ) ; ପିପିଲ ଥାନା ପୋପରଙ୍ଗା ଅନ୍ତଗର୍ତ ବିନ୍ଧା ରଘୁନାଥ ଦୟାନଦୀ ପଠାରୁ ଏକ ୬୦ କେଜି ଓଜନର ବାଲିକଇଁଛ ଉଦ୍ଧାର ହୋଇଛି । କଇଁଛଟିକୁ କିଛି ବୁଲାକୁକୁର ଘେରି ରହିଥିଲେ । ତେବେ ସେହି ନଦୀକୁ ଗାଧୋଇ ଆସିଥିବା ଗ୍ରାମବାସୀ ମାନେ କଇଁଛଟିକୁ ସୁରକ୍ଷା ଦେବାସହ ବାଳକାଟି ସ୍ଥିତ ବନବିଭାଗ କାର୍ଯ୍ୟଳୟକୁ ଖବର ଦେଇଥିଲେ । ବନବିଭାଗ ରେଞ୍ଜର ଜୟକୃଷ୍ଣ ଯଦୁମଣୀ ଦାସଙ୍କ ନିର୍ଦ୍ଦେଶରେ ଫରେଷ୍ଟର ସୁଶାନ୍ତ କୁମାର ସ୍ୱାଇଁ ଓ ଫରେଷ୍ଟଗାର୍ଡ ବିଶ୍ୱ ନାରାୟଣ ମିଶ୍ର ପ୍ରମୁଖ ସେଠାରେ ପହଞ୍ଚିବା ସହ ଗ୍ରାମବାସୀଙ୍କ ସହେଯାଗରେ କଇଁଛକୁ ଉଦ୍ଧାର କରିଥିଲେ । ବାଲିକଇଁଛକୁ ପିପିଲି ସ୍ଥିତ ପଶୁଡାକ୍ତରଖାନାରେ ଆବଶ୍ୟକ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପରେ ବନବିଭାଗ ପକ୍ଷରୁ କଟକ ଜୋବ୍ରା ସ୍ଥିତ ମହାନଦୀରେ ସୁରକ୍ଷିତ ଭାବେ ଛାଡି ଦିଆଯାଇଥିବା ସୂଚନା ମିଳିଛି।