ମଣିପୁର: ରାଜ୍ୟର ଡିଜୁକୋ ଉପତ୍ୟକାରେ ଘଟିଥିବା ଜଙ୍ଗଲ ନିଆଁ ଲିଭାଇବାକୁ ଶନିବାର ଦିନ ନାସନାଲ ଡିଜାଷ୍ଟର ରେସ୍ପନ୍ସ ଫୋର୍ସ (ଏନଡିଆରଏଫ) ପକ୍ଷରୁ ୬୦ ଜଣଙ୍କୁ ନିୟୋଜିତ କରାଯାଇଥିବା ମଣିପୁର ମୁଖ୍ୟଢ଼ନ୍ତ୍ରୀ ଏନ ବିରେନ ସିଂହ ସୂଚନା ଦେଇଛନ୍ତି । ଡିଜୁକୋ ଉପତ୍ୟାକା ମଣିପୁର ଓ ନାଗାଲାଣ୍ଡ ସୀମାନ୍ତରେ ଅବସ୍ଥିତ । ଡିଜୁକୋ ଏହି ନିଆଁକୁ ଆୟତ୍ତ କରିବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ପକ୍ଷରୁ ବିରେନ ସିଂହଙ୍କ ଆଡକୁ ସହାୟତାର ହାତ ବଢାଯାଇଥିବାରୁ ଏନେଇ ସିଂହ ଟ୍ୱିଟ ଯୋଗେ ଶାହାଙ୍କୁ ଧନ୍ୟବ।।ଦ ଜଣାଇଛନ୍ତ ବିରେନ ।
ଉପତ୍ୟକାରେ ଲାଗିଥିବା ନିଆଁକୁ ଲିଭାଇବାକୁ ଏନଡିଆରଏଫର ୬୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ସେହିପରି ୨ଟିହେଲିକପ୍ଟର ଯୋଗେ ଆକ।।ଶ ମାର୍ଗରୁ ଏହି ନିଆଁକୁ ଆୟତ୍ତ କରିବାକୁ ଜଳ ସିଞ୍ଜନ କରାଯାଇଛି । ରାଜ୍ୟ ସରକାରର ସହଯୋଗ ତଥା କେନ୍ଦ୍ର ସମର୍ଥନ ଓ ସମସ୍ତ ସଂସ୍ଥାର ସହଯୋଗ ସହ ନିଆଁ ଲିଭା କାର୍ଯ୍ୟ ଆଗେଇ ଚାଲିଥିବା ଏନଡିଆରଏଫ ଡାଇରେକ୍ଟର ଜେନେରାଲ ସତ୍ୟ ପ୍ରଧାନ ସୂଚନା ଦେଇଛନ୍ତି । ଭାରତୀୟ ବାୟୁ ସେନ ପକ୍ଷରୁ ଏମଆଇ-୧୭ଭି୫ ହେଲିକାପ୍ଟର ଯୋଗେ ଉପତ୍ୟକାରେ ପାଣି ଛିଞ୍ଚା ଯାଉଛି । ଏହି ଉପତ୍ୟକା ମଣିପୁର ଓ ନାଗାଲାଣ୍ଡ ମଧ୍ୟ ସୀମାନ୍ତରେ ଅବସ୍ଥିତ ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ । ଏହି ଜଙ୍ଗଲ ନିଆଁ ଏହାର ପ୍ରାକୃତିକ ପରିବେଶ ନଷ୍ଟ କରୁଥିବା କୁହାଯାଉଛି ।