ଉତ୍କର୍ଷ ଓଡିଶା ପାଇଁ ମୁତୟନ ହେବେ ୬୦ ପ୍ଲାଟୁନ ପୁଲିସ ଫୋର୍ସ

0

ଭୁବନେଶ୍ୱର: ଉତ୍କର୍ଷ ଓଡିଶା ପାଇଁ ମୁତୟନ ହେବେ ୬୦ ପ୍ଲାଟୁନ ପୁଲିସ ଫୋର୍ସ । ଏନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର ସୋମବାର ସୂଚନା ଦେଇଛନ୍ତି । ବିଭିନ୍ନ ରାଙ୍କର ୪୦୦ ରୁ ଅଧିକ ଅଧିକାରୀ ମୁତୟନ ହେବେ । ପ୍ରଧାନମନ୍ତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଜନତା ମଇଦାନରେ ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥା ଯଞ୍ଚ କରିଛି ପୁଲିସ, ବୋମା ନିଷ୍କ୍ରିୟ ଦଳ ଓ ସନ୍ଧାନୀ କୁକୁର । ଜନତା ମଇଦାନରେ ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।