(ଶୁଭସ୍ମିତା ଦାଶ): ପ୍ରତେକ ଦିନ ବିଭିନ୍ନ କାମରେ ରାଜଧାନୀକୁ ଅନେକ ଲୋକ ଯିବାଆସିବା କରୁଛନ୍ତି । ସହରରେ ଉପଯୁକ୍ତ ଶୌଚାଳୟ ନଥିବାରୁ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ବିଶେଷ କରି ମହିଳା ମାନେ ଏହି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକାମାନେ ରାସ୍ତା କଡ଼ରେ ଶୌଚ ହେବା ଫଳରେ ପରିବେଶ ଦୂଷିତ ହେଉଛି । ଯାହା ଫଳରେ ସହର ଅପରିସ୍କାର ହେଉଛି । ତେଣୁ କରି ସହରର ସ୍ୱଚ୍ଛତାକୁ ଦୃ୍ଷିରେ ରଖି ରାଜଧାନୀରେ ସ୍ଥାପିତ ହେବ ୬୦ଟି ଷ୍ଟିଲ ଶୌଚାଳୟ । ବିଏମସି ପକ୍ଷରୁ ଏନେଇ ୩୦ ଟି ସ୍ଥାନ ଚିହ୍ନଟ ହୋଇଛି । ପ୍ରତ୍ୟେକ ସ୍ଥାନରେ ଦୁଇଟି ଲେଖାଏଁ ରହିବ । ଗୋଟେ ମହିଳାଙ୍କ ଉଦ୍ଦେଶ୍ୟରେ ଏବଂ ଅନ୍ୟ ଟି ମହିଳାଙ୍କ ପାଇଁ । ଏଥିପାଇଁ ୫.୮୦ କୋଟି ଖର୍ଚ୍ଚ ହେବ । ଥିରୁଅନନ୍ତପୁରମ୍ ଏରମ୍ ସାଇଣ୍ଟିଫିକ୍ ସଲ୍ୟୁସନଓ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ଏଗୁଡ଼ିକ ସ୍ଥାପିତ ହେବ । ସଂସ୍ଥା ସହ ବିଏମସି ପକ୍ଷରୁ ଚୁକ୍ତି ହେବା ପରେ ୮୦ ଦି ନ ମଧ୍ୟରେ କାମ ଆରମ୍ଭ ହେବ । ଏଥି ମଧ୍ୟରୁ ୨୦ ଟି ଶୌଚାଳୟ ନିଜସ୍ୱ ପରିଚାଳିତ ହେବ ଅର୍ଥାଥ ଶୌଚ ପରେ ଆପେ ଆପେ ସଫା ହୋଇପାରିବ । ଅନ୍ୟ ଗୁଡ଼ିକୁ ସେମି ଅଟୋମେଟିକ୍ । ଶୌଚ ପରେ ଶୌଚାଳୟକୁ ସଫା କରିବାକୁ ପଡ଼ିବ । ସାଧାରଣ ଶୌଚାଳୟ ଅପେକ୍ଷା ଏଥିରେ ଅଧିକ ସ୍ୱଚ୍ଛତା ବଜାୟ ରହିବ । ଶୌଚାଳୟ ଷ୍ଟିଲର ହୋଇଥିବାରୁ ଅଧିକ ଦୀର୍ଘସ୍ଥାୟୀ ହୋଇପାରିବ । ଶୌଚାଳୟ ବ୍ୟବହାର ପାଇଁ ସ୍ୱତନ୍ତ୍ର କାର୍ଡ଼ର ବ୍ୟବସ୍ଥା କରିବ । ଶୌଚାଳୟ ବ୍ୟବହାର ପାଇଁ କିଛି ଶୂଳ୍କ ଦେବାକୁୁ ପଡ଼ିବ ।