ଖୋର୍ଦ୍ଧା / ପ୍ରବୀଣ ଭଞ୍ଜ : ଖୋର୍ଦ୍ଧା ଜିଲ୍ଲାରେ କାର୍ଯ୍ୟରତ ଗୃହରକ୍ଷୀ ବାହିନୀ ପକ୍ଷରୁ ସ୍ଥାନୀୟ ପୋଲିସ ରିଜର୍ଭ ପଡ଼ିଆରେ ୬୧ତମ ବାର୍ଷିକ ଗୃହରକ୍ଷୀ ଦିବସ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଏସ୍. ପି ଶ୍ରୀଯୁକ୍ତ ସିଦ୍ଧାର୍ଥ କଟରିଆ ମହଦୋୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗୃହରକ୍ଷୀଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ ଏବଂ ଓଡ଼ିଶାର ମହାମହିମ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆସିଥିବା ପତ୍ରକୁ ଶ୍ରୀଯୁକ୍ତ କଟାରୀୟା ପାଠ କରି ଗୃହରକ୍ଷୀଙ୍କ ଭୂମିକା ସମ୍ପର୍କରେ ମତ ପୋଷଣ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଏସ୍. ପି ଶ୍ରୀ ମୁର୍ମୁ, ଶ୍ରୀ ମୁଣ୍ଡ ଏବଂ ସଦର ଏସ.ଡି.ପି.ଓ ଦିଲ୍ଲୀପ ଦାସ ପ୍ରମୁଖଙ୍କ ସହିତ ଜିଲ୍ଲାର ବିଭିନ୍ନ ଥାନା ଅଧିକାରୀ ମଧ୍ୟ ସାମିଲ ହୋଇଥିଲେ ।