ଭୁବନେଶ୍ୱର: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଜାରି ରହିଛି । ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୨.୪୬ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ୱରରେ ୬୧.୯୪ ପ୍ରତିଶତ ହୋଇଥିବା ବେଳେ ଭଦ୍ରକରେ ୫୬.୬୮ ପ୍ରତିଶତ ମତଦାନ ହୋଇଛି । ଜଗତସିଂହପୁର ରେ ୬୪.୩୧ ପ୍ରତିଶତ ,ଯାଜପୁର ୬୨.୯୨ ପ୍ରତିଶତ ,କେନ୍ଦ୍ରାପଡା ୫୯.୮୯ ପ୍ରତିଶତ ମୟୁରଭଂଜ ୬୩.୯୭ ପ୍ରତିଶତ ମତଦାନ ହୋଇଛି । ଜଗତସିଂହପୁରରେ ସର୍ବାଧିକ ମତଦାନ ହୋଇଥିବା ବେଳେ ବାଲେଶ୍ୱରରେ ସର୍ବନିମ୍ନ ଭୋଟିଂ ହୋଇଛି ।
ସୂଚନା ଅନୁଯାୟୀ, ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜରି ରହିଛି । ଏହି ଶେଷ ପର୍ଯ୍ୟାୟରେ ୧୪୦୦ରୁ ଅଧିକ ବୁଥ ସମ୍ପୂର୍ଣ୍ଣ ରୂପେ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେଉଛି । ଏହା ସହ ଏହି ପର୍ଯ୍ୟାୟରେ ପ୍ରାୟ ୭୨ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି ।