ଆମେରିକାର କାଲିଫଣ୍ଣିଆରେ ୭.୦ ତୀବ୍ରତାର ଭୂକମ୍ପ ଅନୁଭୂତ

0

ନୂଆଦିଲ୍ଲୀ : ଭୁମିକମ୍ପରେ ଥରିଲା ଆମେରିକାର କାଲିଫଣ୍ଣିଆ । କାଲିଫର୍ନିଆରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୭.୦ ଥିଲା ।   ସ୍ଥାନୀୟ ସମୟ ୧୨ଟା ୪୦ ମିନିଟରେ ଭୁମିକମ୍ପ ହୋଇଛି ।  ଏହି ଶକ୍ତିଶାଳୀ ଭୂକମ୍ପର କେନ୍ଦ୍ରସ୍ଥଳ ଫର୍ନଡେଲଠାରୁ ପାଖାପାଖି ୧୦୦ କିଲୋମିଟର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ବୋଲି ଜଣାପଡ଼ିଛି । ସେସ୍‌ମୋଲୋ ବିଭାଗ ପକ୍ଷରୁ ସୋସିଆଲ ମିଡିଆରେ ଏନେଇ ସୂଚନା ଦିଆଯାଇଛି। ଭୂମିକମ୍ପ ପରେ ସୁନାମୀ ଆଲର୍ଟ ଜାରି କରାଯାଇଛି ।

ସୂଚନା ଅନୁଯାୟୀ, ସାନ ଫ୍ରାନ୍ସିସ୍କୋ ପର୍ଯ୍ୟନ୍ତ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା । ଲୋକମାନେ କହିଥିଲେ ଯେ କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ ସେମାନେ ଏକ ସୁଇଙ୍ଗରେ ଥିବା ଭଳି ଅନୁଭବ କଲେ, ଏହା ପରେ ଅନେକ ଥର କମ୍ପନ ଅନୁଭବ ହୋଇଥିଲା । ଆମେରିକୀୟ ଏଜେନ୍ସି ଅନୁଯାୟୀ, ଏହି ୭.୦ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ପରେ କାଲିଫର୍ଣ୍ଣିଆରେ ଅତି କମରେ ୫:୩ ନିୟୁତ ଲୋକ ସୁନାମି ହେବାର ଆଶଙ୍କା ମଧ୍ୟ କରିଛନ୍ତି ।