ଦକ୍ଷିଣ ଆମେରିକାର ଚିଲିରେ ୭.୩ ତୀବ୍ରତାର ଭୂମିକମ୍ପ

0

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକାର ଚିଲିରେ ଭୀଷଣ ଭୂମିକମ୍ପ ହୋଇଛି । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୩ ଥିବା ରେକର୍ଡ କରାଯାଇଛି । ସାମ ପେତ୍ରାଦା ଆଟାକାମା ସହରର ୪୧ କିମି ଦକ୍ଷିଣ ପୂର୍ବରେ ୧୨୮ କିଲୋମିଟର ଗଭୀରତାରେ ଭୂମିକମ୍ପର କେନ୍ଦ୍ର ସୃଷ୍ଟି ହୋଇଛି । ଭୂକମ୍ପ ପରେ ଲୋକମାନେ ଭୟଭୀତ ହୋଇଯାଇଛନ୍ତି । ତେବେ ଏହା ପୂର୍ବରୁ ଜୁନ ୨୯ ରେ ମଧ୍ୟ ଏକ ଭୂକମ୍ପ ଘଟିଥିôଲା । ଯାହାର ତୀବ୍ରତା ୫.୨ ରହିଥିଲା ।
ସୂଚନା ଅନୁଯାୟୀ, ଚିଲି ହେଉଛି ପୃଥିବୀର ସବୁଠାରୁ ଭୂକମ୍ପ ପ୍ରବଣ ଦେଶ । ଏହା ପ୍ରଶାନ୍ତ ମହାସାଗରର ରିଙ୍ଗ ଅଫ ଫାୟାରରେ ଅବସ୍ଥିତ । ତେବେ ୨୦୧୦ରେ ୮.୮ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଏବଂ ପରବର୍ତ୍ତି ସୁନାମିରେ ୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।