କର୍ଣ୍ଣାଟକକୁ ଫେରିଲା କ୍ୱାରେଣ୍ଟାଇନ : କରୋନା ସଂକ୍ରମିତ ହେଲେ ୭ ଦିନ ସଙ୍ଗରୋଧ

0

କର୍ଣ୍ଣାଟକ : କର୍ଣ୍ଣାଟକକୁ  ଫେରିଲା କ୍ୱାରେଣ୍ଟାଇନ । କାରୋନା ସଂକ୍ରମିତ ବ୍ୟାକ୍ତି ୭ଦିନ ପର୍ଯ୍ୟନ୍ତ ଘରୋଇ ସଙ୍ଗରୋଧରେ ରହିବେ । ଯେଉଁମାନେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବେ, ସେମାନଙ୍କର କୋଭିଡ ପରୀକ୍ଷା କରାଯିବ । ଘରୋଇ ସଙ୍ଗରୋଧରେ ଥିବା ସରକାରୀ ଓ ବେସରକାରୀ କମ୍ପାନୀର କର୍ମଚାରୀମାନେ ୭ଦିନ ଛୁଟି ପାଇବେ । ଜେଏନ୍.୧ ସବ୍ ଭାରିଏଂଟ ଚିହ୍ନଟ ହେବା ପରେ ମଙ୍ଗଳବାର କୋଭିଡ୍-୧୯ ସଂକ୍ରାନ୍ତ କ୍ୟାବିନେଟ୍ ସବ୍ କମିଟି ବୈଠକ ବସିଥିଲା । ସ୍ୱାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ଖୁବଶୀଘ୍ର ସରକାର ଏ ନେଇ ଗାଇଡଲାଇନ ଜାରି କରିବେ ବୋଲି ଜଣାପଡିଛି । ସେହିପରି କର୍ଣ୍ଣାଟକରେ ଦୈନିକ ପାଖାପାଖି ୫ ହଜାର କୋଭିଡ୍ ଟେଷ୍ଟ କରାଯିବ ବୋଲି ନିଷ୍ପତି ହୋଇଛି ।