ଗ୍ୟାସ ସିଲିଣ୍ଡର ଫାଟି ୭ ଗୁରୁତର

0

ବାଲୁଗାଁ: ରୋଷେଇ ଗ୍ୟାସ ସିଲିଣ୍ଡର ଫାଟି ୭ ଜଣ ଗୁରୁତର ପୋଡି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂଗୀନ ରହିଛି । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡାରେ ଘଟିଛି ଏହି ଅଘଟଣ।ସେମାନଙ୍କୁ ଭୁବନେଶ୍ୱର ଓ କଟକ ସ୍ଥାନାନ୍ତର କରାଯାଇଛି ।
ଆଜି ସକାଳେ ଗମ୍ଭାରୀମୁଣ୍ଡା ଗ୍ରାମର ରବୀନ୍ଦ୍ର ପ୍ରଧାନଙ୍କ ଘରେ ରୋଷେଇ ହେଉଥିବା ବେଳେ ନିଆଁ ପାଇପ ଦେଇ ସିଲିଣ୍ଡରକୁ ଲାଗିଯାଇଥିଲା । ସଙ୍ଗେସଙ୍ଗେ ପଡିଶାର ୬ ଜଣ ଧାଇଁଯାଇ ନିଆଁକୁ ଲିଭାଇବାକୁ ଚେଷ୍ଟା କରୁଥିବା ବେଳେ କିନ୍ତୁ ସିଲିଣ୍ଡର ଫାଟିଯାଇଥିଲା ଓ ସେଠାରେ ଥିବା ୭ଜଣଙ୍କ ଦେହରେ ନିଆଁ ଲାଗିଯାଇଥିଲା । ଖବର ପାଇ ବାଣପୁର ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିନେଇଛନ୍ତି । ସମସ୍ତ ଗୁରୁତରଙ୍କୁ କଟକ ଓ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।