ଗ୍ରାଣ୍ଡ ଥାଳି’ ଚାଲେଞ୍ଜ, ୧ ଘଣ୍ଟାରେ ଶେଷ କଲେ ମିଳିବ ଆକର୍ଷଣୀୟ ପୁରସ୍କାର

ଇଂଲଣ୍ଡରେ ଥିବା ଏକ ଭାରତୀୟ ରେସ୍ତୋରାଁ ‘ଲିଲି’ସ୍‌ ଭେଜିଟେରିଆନ୍‌ ଇଣ୍ଡିଆନ୍‌ କ୍ୟୁଜିନ୍‌’ ଏବେ ତା’ର ଗ୍ରାହକମାନଙ୍କୁ ଦେଇଛି ଏକ ଅଭିନବ ଚାଲେଞ୍ଜ । ସେ ଅନୁସାରେ ଗ୍ରାହକମାନଙ୍କୁ ରେସ୍ତୋରାଁ ପକ୍ଷରୁ ପରଷାଯାଉଥିବା ‘ଗ୍ରାଣ୍ଡ ଥାଳି’କୁ ଘଣ୍ଟାଏ ମଧ୍ୟରେ ଶେଷ କରିବାକୁ ହେବ ।

0

(ଦିଲ୍ଲୀ) : ଇଂଲଣ୍ଡରେ ଥିବା ଏକ ଭାରତୀୟ ରେସ୍ତୋରାଁ ‘ଲିଲି’ସ୍‌ ଭେଜିଟେରିଆନ୍‌ ଇଣ୍ଡିଆନ୍‌ କ୍ୟୁଜିନ୍‌’ ଏବେ ତା’ର ଗ୍ରାହକମାନଙ୍କୁ ଦେଇଛି ଏକ ଅଭିନବ ଚାଲେଞ୍ଜ । ସେ ଅନୁସାରେ ଗ୍ରାହକମାନଙ୍କୁ ରେସ୍ତୋରାଁ ପକ୍ଷରୁ ପରଷାଯାଉଥିବା ‘ଗ୍ରାଣ୍ଡ ଥାଳି’କୁ ଘଣ୍ଟାଏ ମଧ୍ୟରେ ଶେଷ କରିବାକୁ ହେବ । ଥାଳିରେ ୫୦ଟି ଆଇଟମ୍‌ ରହୁଥିବାବେଳେ ସବୁତକ ଖାଦ୍ୟର ଓଜନ ପ୍ରାୟ ୭ କିଲୋ ହେବ । ଯେଉଁ ଗ୍ରାହକ ଚାଲେଞ୍ଜକୁ ସଫଳତାର ସହ ସଂପୂର୍ଣ୍ଣ କରିବେ ତାଙ୍କୁ କିଛି ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା ହୋଇଛି ।

ରିପୋର୍ଟ ଅନୁସାରେ ଏହି ରେସ୍ତୋରାଁ ଗ୍ରେଟର ମାଞ୍ଚେଷ୍ଟରର ଆସଟନ୍‌ରେ ରହିଛି । ରେସ୍ତୋରାଁର ‘ଗ୍ରାଣ୍ଡ ଥାଳି’ରେ ଆଠପ୍ରକାର ରୁଟି, ୩ ପ୍ରକାର ଭାତ, ୧୬ ପ୍ରକାର ତରକାରୀ, ଛଅ ପ୍ରକାର ମିଠା, ୨ପ୍ରକାର ଲସି ଓ ୨ ପ୍ରକାର ସ୍ନାକ୍‌ସ ରହିଛି । ଭାରତୀୟ ମୁଦ୍ରାରେ ତାର ଦାମ୍‌ ପ୍ରାୟ ୩,୬୧୧ ଟଙ୍କା ହେବ । ଅଦ୍ୟାବଧି ଅନେକ ଲୋକ ଏହି ଚାଲେଞ୍ଜକୁ ପୂରଣ କରିବା ଲାଗି ଆସିଛନ୍ତି, କିନ୍ତୁ କେହି ସଫଳ ହୋଇନାହାନ୍ତି । ଅଗଷ୍ଟ ୪ ତାରିଖରେ ୩ ଜଣ ବନ୍ଧୁ ଚାଲେଞ୍ଜ ପୂରଣ କରିବା ଲାଗି ଆସିଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ କେହି ଘଣ୍ଟାଏରେ ୩ କିଲୋରୁ ଅଧିକ ଖାଦ୍ୟ ଖାଇପାରିନଥିଲେ ।