ଛତିଶଗଡ: ସୁରକ୍ଷାବଳ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ୭ ମାଓବାଦୀ ନିହତ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ମାଓ ପ୍ରବଣ ଛତିଶଗଡ଼ର ଜିଲ୍ଲାର ତିରିୟା ଗ୍ରାମ ନିକଟସ୍ଥ ଜଙ୍ଗଲରେ ସୁରକ୍ଷାବଳ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ୭ ମାଓବାଦୀ ନିହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ମାଓବାଦୀ ସାମିଲ ଅଛନ୍ତି ।
ନକ୍ସଲ ବିରୋଧୀ ଅପରେସନରେ ନିୟୋଜିତ ରାଜ୍ୟର ଡିଆଇଜି ସୁନ୍ଦରରାଜ ପି. ସୂଚନା ଦେଇଛନ୍ତି, ଜିଲ୍ଲା ରିଜର୍ଭ ଗାର୍ଡ ଓ ଛତିଶଗଡ଼ ପୁଲିସର ସ୍ୱତନ୍ତ୍ର ଟାସ୍କଫୋର୍ସ ଆଜି ଉକ୍ତ ଅଞ୍ଚଳରେ ଏକ କମ୍ବିଂ ଅପରେସନ ଚଳାଇଥିବାବେଳେ ମାଓବାଦୀମାନେ ଗୁଳି ଚଳାଇଥିଲେ । ସୁରକ୍ଷାବାହିନୀ ତୁରନ୍ତ ଏହାର ଜବାବ ଦେଇଥିଲେ । ଏହି ଗୁଳିବିନିମୟ ବେଳେ ୭ ମାଓବାଦୀ ଘଟଣାସ୍ଥଳରେ ନିହତ ହୋଇଥିଲେ । ତେବେ କେତେକ ମାଓବାଦୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓପୁସ୍ତିକା ଜବତ ହୋଇଛି । ପ୍ରାୟ ୪ ଦିନ ତଳେ ଛତିଶଗଡ଼ର ସୁକମା ଜିଲ୍ଲାରେ ଏକ ଦୁର୍ଦ୍ଦାନ୍ତ ମାଓବାଦୀ କମାଣ୍ଡର ପୁଲିସ ଗୁଳିରେ ନିହତ ହୋଇଥିଲା ।