ସୁନ୍ଦରଗଡ଼: ବଢିବାରେ ଲାଗିଛି ସ୍କ୍ରବ ଟାଇଫସ । ପୁଣି ଦିନକରେ ୭ ପଜିଟିଭ ।୨୦୦ ପାର ହେଲାଣି ଆକ୍ରାନ୍ତଙ୍କ ସଂଖ୍ୟ । ତେବେ ଗତ କାଲି ୩୭ଟି ନମୁନା ପରୀକ୍ଷା ହୋଇଥିବା ବେଳେ ୭ଜଣ ପଜିଟିଭଙ୍କୁ ଚିହ୍ନଟ କରାଯାଇଛି । ସେହିପରି ଭତ କାଲି ୧୦ ପଗିଟିଭ ଚିହ୍ନଟ ହୋଇଥିବା ବେଳେ ଏହାର ସଂଖ୍ୟା ୨୦୦ରେ ପହଞ୍ଚିଛି । ତେବେ ଏହା ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ରାଉରକେଲା ସରକାରୀ ଡାକ୍ତରଖାନାରେ ହୋଇଥିବା ପରୀକ୍ଷାର ରିପୋର୍ଟ। ଘରୋଇ ଭାବେ ପ୍ରକାଶିତ ତଥ୍ୟାନୁସାରେ ଆକ୍ରାନ୍ତ ସଂଖ୍ୟା ୫ ଶହ ଟପି ଯାଇଥିବା କୁହାଯାଉଛି। କେବଳ ରାଜଗାଙ୍ଗପୁରର ଏକ ଘରୋଇ କ୍ଲିନିକରେ ୧୫୦ରୁ ଅଧିକ ସ୍କ୍ରବ୍ ଟାଇଫସ ଚିହ୍ନଟ ହୋଇଥିବା ସୂଚନା ମିଳିଛି।
୧୪ ତାରିଖରେ ଜିଲ୍ଲାରେ ରାଜ୍ୟର ସର୍ବାଧିକ ୩୦ ଚିହ୍ନଟ ହୋଇଥିଲା। ଗତ ଜାନୁଆରିରେ ମାତ୍ର ୪ଜଣ ଚିହ୍ନଟ ହୋଇଥିଲେ ସ୍କ୍ରବ ଟାଇଫସ ଆକ୍ରାନ୍ତ । ତାପର ଠାରୁ ଏହା ବୃଦ୍ଧି ପାଇ ୧୮୩ରେ ପହଞ୍ଚିଛି। ସ୍କ୍ରବ୍ ଟାଇଫସରେ ଜଣକର ମୃତ୍ୟୁ ହୋଇଥିବାବେଳେ ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିବାରୁ ଅନ୍ୟ ଆକ୍ରାନ୍ତମାନେ ସୁସ୍ଥ ଥିବା ସିଡିଏମଓ ଡ. କାହ୍ନୁ ଚରଣ ନାୟକ କହିଛନ୍ତି।