(ହର ପ୍ରସାଦ ବିଶୋଇ)ଭୁବନେଶ୍ୱର: ଆଜି ଭୁବନେଶ୍ୱର ସ୍ଥିତ ୟୁନିଟ -୮ ରାଜଭବନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ ୭୦ତମ ବନମହୋତ୍ସବ ପାଳିତ ହୋଇଯାଇଛି ।
ଉତ୍ସବରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ନିମ୍ବ ଚାରା ରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ଏହା ସହ ୭୦ତମ ବନ ମହୋତ୍ସବ ପୁସ୍ତିକା ମଧ୍ୟ ଉନ୍ମୋଚନ କରିଛନ୍ତି। ଏହା ସହ ଫୋନି ପ୍ରଭାବିତ ଅଂଚଳ କଟକ ପୁରୀ ଓ ଭୁବନେଶ୍ୱରରେ ୮୦ଲକ୍ଷ ଗଛ ଲଗାଯିବ ।
ଜଙ୍ଗଲ ଓ ପରିବେଶ ସମ୍ମାନିତ ଅତିଥି ଭାବେ ଜଙ୍ଗଲ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ,ମଧ୍ୟ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା,ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ,ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।
ଜଙ୍ଗଲ ବିଭାଗର ପ୍ରଧାନ ମୁଖ୍ୟବନ ସଂରକ୍ଷକ ଡ଼ଃ ସନ୍ଦୀପ ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ । ଏହା ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ ଗଛ ହିଁ ଜୀବନ । ଗଛ ରହିଲେ ଆମେ ସମସ୍ତେ ଭଲରେ ରହିବା ।ଏବଂ ସମସ୍ତ ପିଲାଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ବୃକ୍ଷରୋପଣ କରିବାକୁ କହିଥିଲେ ।
ବିକ୍ରମ କେଶରୀ ଆରୁଖ ତାଙ୍କ ଅଭିଭାଷଣରେ ଜନସାଧାରଣଙ୍କ ମନରେ ବୃକ୍ଷ ପ୍ରତି ଆଗ୍ରହ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ।
ଚଳିତ ବଜେଟରେ ୫୧ କୋଟି ଯୋଜନା କରାଯାଇଛି ।ଆଗାମୀ ଦିନରେ ୫୦ଲକ୍ଷ ଚାରା ଜନସାଧାରଣଙ୍କୁ ମାଗଣାରେ ବଣ୍ଟନ କରାଯିବ ।
ବାତ୍ୟା ଫନିରେ ହୋଇଥିବା ବୃକ୍ଷର କ୍ଷୟକ୍ଷତିର ପୂରଣ କରାଯିବ ।ଏହି କାର୍ଯ୍ୟକ୍ରମରେ ବନବିଭାଗର ଏକ ସ୍ୱତନ୍ତ୍ର ପୁସ୍ତିକା ମାନ୍ୟବର ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ ।
ଶେଷରେ ରାଜଭବନ ସ୍କୁଲର ପ୍ରଧାନଶିକ୍ଷୟତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।