ରେଳରେ ୭୩ ହଜାର କୋଟି ଓ ଆଇଟି ସେକ୍ଟରରେ ୫ ହଜାର ୩୩ କୋଟି ନିବେଶ ହେବ..

0

ରେଳରେ ୭୩ ହଜାର କୋଟି ଟଙ୍କା ନିବେଶ ହେବ । ଟେଲିକାମ ସେକ୍ଟରରେ ୫ ହଜାର ୩୩କୋଟି ଟଙ୍କାର ନିବେଶ ହେବ. ଆଇଟି ହବ ହେବ ଓଡିଶା ଏନେଇ କିଛି ଦିନ ହେଲା ଆମେ ବିଭିନ୍ନ କମ୍ପାନୀ ମାନଙ୍କ ସହ ଆଲୋଚନା କରୁଛୁ । ୨୦ ହଜାର କୋଟି ନିବେଶ ଲାଗି ପ୍ରସ୍ତାବ ଆସିଛି ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେ ଆହୁରୀ କହିଛନ୍ତି ଯେ ରାଜ୍ୟରେ ଇଲୋକ୍ଟ୍ରୋନିକ ମାନୁଫକ୍ଚରିଙ୍ଗ ପ୍ଲାଣ୍ଟ ହେବ । କେନ ଟେକନୋଲୋଜି ପ୍ଲାଣ୍ଟ କରିବ । ହାଇ ଦିନସିଟି ପିସିବି ତିଆରି କାରଖାନା କରିବ କେନ । ସେମିକଣ୍ଡକେଟର ପ୍ରଥମ ପ୍ଲାଣ୍ଟ ହେବ । ସିଲିକନ କାରବାଇନ ଟେକନୋଲୋଜି ହେବ ସେମିକାଣ୍ଡକଟର ଯାହା ଆଇ ଆଇ ଟି ଭୁବନେଶ୍ୱର ସହଯୋଗରେ ହେବ । ଯାହାର ଭିତ୍ତି ଭୂମି ରଖିଲେ ମୁଖ୍ୟମନ୍ତ୍ରୀ । କେବଳ ସେତିକି ନୁହେଁ କେନ୍ଦ୍ର ଆଉ ରାଜ୍ୟ ସରକାର ମିଶିକି ୩ ଲକ୍ଷ ସ୍କୋୟାର ପୁଟ ଜାଗା ନିଆଯିବ । ଭୁବନେଶ୍ୱର ରେଲୱେ ଷ୍ଟେସନ ବିଲଡିଂ କୁ ବ୍ୟବହାର କରାଯିବ । ଭୁବନେଶ୍ୱର ଷ୍ଟେସନ ସାମ୍ନାରେ ଥିବା ଜାଗା ମଧ୍ୟ ଏଥି ପାଇଁ ବ୍ୟବହାର ହେବ । ନିୟୁ ଭୁବନେଶ୍ୱର ଷ୍ଟେସନ ଜାଗାରେ ମଧ୍ୟ ବ୍ୟବହାର କରାଯିବ । ଆଇଆଇଟି ଭୁବନେଶ୍ୱର ଜାଗା ବି ବ୍ୟବହାର ରେ ନିଆ ଯିବ । ଭୁବନେଶ୍ୱର ପାଖରେ ଥିବା ସହରରେ ବି ଆଇଟି ସେବା ବ୍ୟବସ୍ଥା ହେବ । ସଫ୍ଟୱାର ଟେକନୋଲୋଜି ପାର୍କଝଞଚଓ କୋରାପୁଟ ଏବଂ ଯାଜପୁରରେ ଆରମ୍ଭ ହେଲା । ଆଇଟି ସେବା ପାଇଁ ବାଟ ଖୋଲିବ । ୧ବିଲିୟନ ଦଲାର ଏକ୍ସପଟ କୁ ୨ ବିଲିୟନ ଡଲାର କରିବାକୁ ପ୍ଲାନ କରିଛୁ ।