ରାଇରଙ୍ଗପୁର/ସତ୍ୟନାରାୟଣ ପାଲ : ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରର ପୁରୁଣାଘାଟି ସରସ୍ଵତୀ ଆବାସିକ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଓ ସଭା ଅନୁଷ୍ଠିତ ହୋଇଥିଲା। ଏହି ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ ଲୋକସଭା ସାଂସଦ ଶ୍ରୀଯୁକ୍ତ ନବ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସ୍ୱାଧୀନତା ଦିବସ ପାଳନ ଅବସରରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଦେଶ ପ୍ରେମ ଜାଗ୍ରତ କରିବା ସହିତ ବିକଶିତ ଓଡିଶା, ବିକଶିତ ଭାରତ ଗଠନ କରିବା ନିମନ୍ତେ ଉଦବୋଧନ ଦେଇଥିଲେ | ଏଥିସହିତ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ତଥା ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମାଆ ଏବଂ ଉପସ୍ଥିତ ଥିବା ଓଥିତି ବୃନ୍ଦ ମାନଙ୍କୁ ଦେଶ ଗଠନ ନିମନ୍ତେ ବତୀ ହେବା ପାଇଁ ଆହ୍ବାନ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ରାଇରଙ୍ଗପୁର ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ମହାନ୍ତ ବିଦ୍ୟାଳୟରେ ଉପସ୍ଥିତ ସମସ୍ତଙ୍କୁ ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଧନ୍ୟବାଦ ଅର୍ପଣ କରିଥିଲେ।
ସର୍ବ ଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଗୁରୁଜୀ, ଗୁରୁମାଆ ମାନଙ୍କ ତରଫରୁ ଏକ ସଭା ଅନୁଷ୍ଠିତ ହୋଇ ଦେଶlତ୍ମୋବଧ ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସର୍ବ ଶେଷରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ବିକାଶ ଚନ୍ଦ୍ର ମହାନ୍ତ, ସମ୍ପାଦକ ଶ୍ରୀଯୁକ୍ତ ସପନ କୁମାର ମହାନ୍ତ ଓ କୋଷାଧ୍ୟୟ ଶ୍ରୀଯୁକ୍ତ ଲଳିତମୋହନ ମହାନ୍ତଙ୍କ ତରଫରୁ ସମସ୍ତଙ୍କ ସହଜଗ ନିମନ୍ତେ ଧନ୍ୟବାଦ ପ୍ରଦାନ କରି ସଭା କାର୍ଯ୍ୟ ଭଙ୍ଗ କରିଥିଲେ।