୮ଟି ନୂଆ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହେବ

0

ଭୁବନେଶ୍ୱର : ଓଡ଼ିଶାରେ ଦୃତ ଶିଳ୍ପାୟନ ଓ ବ୍ୟବସାୟିକ ପ୍ରଗତି ସହ ସହରାଞ୍ଚଳର ପରିସର ବଢୁଛି ଏବଂ ଏଥିରେ ଲୋକ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧିପାଉଛି । ଏହି କ୍ରମବର୍ଦ୍ଧିଷ୍ଙୁ ଜନସଂଖ୍ୟାର ସ୍ୱାସ୍ଥ୍ୟସେବା ଆବଶ୍ୟକତା କଥା ବିଚାର କରି ରାଜ୍ୟ ସରକାର ୮ ଟି ପ୍ରମୁଖ ସହରରେ ୮ ଟି ନୂଆ ସହାରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞନ ପୂଜାରୀ କହିଛନ୍ତି । ଏଥିପାଇଁ ବିଭାଗ ତରଫରୁ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ୍ କାର୍ୟ୍ୟକ୍ରମ ଅନୁସାରେ ବିଧିବଦ୍ଧ କାର୍ୟ୍ୟାଳୟ ଆଦେଶ ବିଜ୍ଞାପିତ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଯାଜପୁର ଜିଲ୍ଲାର ବ୍ୟାସନଗର ଓ ଯାଜପୁର, ମୟୁରଭଞ ଜିଲ୍ଲାର ରାଇରଙ୍ଗପୁର, ମାଲକାନଗିରି ଜିଲ୍ଲାର ମାଲକାନଗିରି, ବାଲେଶ୍ୱରର ସୋର, ସୁନ୍ଦରଗଡ଼ର ରାଜଗାଙ୍ଗପୁର, ଅନୁଗୁଳର ତାଳଚେର ଏବଂ କଟକର ଟୋଲାସାହିଠାରେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକ ଖୋଲାଯିବ । ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା କାର୍ୟ୍ୟ ସମୟାନୁବନ୍ଧିତ ଭାବେ ପୂର୍ଣ୍ଣାଙ୍ଗ କରିବାପାଇଁ ବିଭାଗର ସମସ୍ତ ନିର୍ଦେଶକ, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦେଶକ, ଓଡ଼ିଶା ମେଡ଼ିକାଲ କର୍ପୋରେସନ ପରିଚାଳନା ନିର୍ଦେଶକଙ୍କ ସମେତ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ୍ ଆବଶ୍ୟକୀୟ ନିର୍ଦେଶନାମା ଦେଇଛନ୍ତି ।