ଶ୍ରୀନଗର: ଶୁକ୍ରବାର ପାକ ସେନାର ଯୁଦ୍ଧ ବିରତିର ଜବାବ ଦେବାକୁ ଯାଇ ଭାରତୀୟ ସେନାର ଗୁଳି ମାଡରେ ୮ ଜଣ ପାକ ସୈନିକଙ୍କ ମୃତ୍ୟୁ ହୋଇଛି । ଆଜି ପାକିସ୍ତାନ ସେନା ଏଲଓସି ନିକଟର ୩ଟି ସେକ୍ଟରରେ ଗୁଳିମାଡ଼ କରିଛି । ପାକ ଗୁଳିରେ ୩ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ୩ ସାଧାରଣ ଲୋକଙ୍କ ଜୀବନ ଯାଇଛି। ପାକିସ୍ତାନ ପକ୍ଷରୁ ମୃତ୍ୟୁବରଣ କରିଥିବା ସୈନିକଙ୍କ ମଧ୍ୟରୁ ୨-୩ ଏସଏସଜି କମାଣ୍ଡର ସାମିଲ ଅଛନ୍ତି।
ପ୍ରଥମେ ପାକିସ୍ତାନ କରିଥିବା ଗୁଳି ମାଡ଼ରେ ଜଣେ ବିଏସଏଫ ଏସଆଇଙ୍କ ସମେତ ୩ ଯବାନ ପ୍ରାଣ ହରାଇଥିଲେ। ୩ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ପାକିସ୍ତାନ ପକ୍ଷରୁ ବାରମୁଲା ଜିଲ୍ଲାର ହାଜିପୁର ଅଞ୍ଚଳରେ ଗୁଳି ବର୍ଷା ହୋଇଥିଲା। ଏହା ବ୍ୟତୀତ ତଂଗଧାର ସେକ୍ଟର ଓ ଗୁରେଜ ସେସକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଏହି ସମୟରେ ପାକ୍ ସେନ ଗୁଳିମାଡ଼ କରିବା ସହ ମୋର୍ଟାର ମଧ୍ୟ ମାଡ଼ କରିଥିଲା। ଏହାର କଡ଼ା ଜବାବ ଦେଇଛି ଭାରତୀୟ ସେନା।