ନୂଆ ଦିଲ୍ଲୀ: ଗତକାଲି ଲୋକସଭା ଭିତରେ ଅଜଣା ଯୁବକ ପଶିଯିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ସଂସଦର ସୁରକ୍ଷା ଦାୟିତ୍ୱରେ ଥିବା ୮ଜଣଙ୍କୁ ନିଲମ୍ବିତ କରାଯାଇଛି । ସେହି କର୍ମଚାରୀଙ୍କୁ ସେକ୍ରେଟାରିଏଟ ନିଲମ୍ବିତ କରିଛନ୍ତି । ସୁରକ୍ଷାରେ ତ୍ରୁଟି ଅଭିଯୋଗରେ କାର୍ୟ୍ୟାନୁଷ୍ଠାନ ହୋଇଛି । ସେମାନଙ୍କ ନାମ ରାମପାଲ, ଅରବିନ୍ଦ, ବୀରଦାସ, ଗଣେଶ, ଅନୀଲ ପ୍ରତୀପ, ବିମିତ, ନରେନ୍ଦ୍ର ବୋଲି କୁହାଯାଉଛି । ସେପଟେ ସଂସଦରେ ସୁରକ୍ଷା ପ୍ରସଙ୍ଗରେ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କିଛି କେନ୍ଦ୍ରମନ୍ତ୍ରୀ ଓ ସାଂସଦଙ୍କ ସହ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ । ବୈଠକରେ ଉପସ୍ଥିତ ଅଛନ୍ତି ଅମିତ ଶାହ, ଜେ. ପି. ନଡ୍ଡା, ପ୍ରହ୍ଲାଦ ଯୋଶୀ, ଅନୁରାଗ ଠାକୁର ପ୍ରମୁଖ । ଏହି ପ୍ରସଙ୍ଗକୁ ନେଇ ଆଜି ସଂସଦରେ ହଙ୍ଗାମା ହୋଇପାରେ । ବିରୋଧୀ ଏହି ପ୍ରସଙ୍ଗକୁ ହଟ୍ଟଗୋଳ କରିଛନ୍ତି । ଗୃହ ମନ୍ତ୍ରୀ ଅମିତ ଶାହଙ୍କ ବିବୃତ୍ତି ଦାବି କରୁଛନ୍ତି । ବିରୋଧୀ ଅଧିବେଶନ ପୂର୍ବରୁ ବୈଠକରେ ଆଲୋଚନା ବି କରିଛନ୍ତି । ଆଜି ମଧ୍ୟ ସେହି ଘଟଣାରେ ସନ୍ଦିଗ୍ଧ ଯୁବକଯୁବତୀଙ୍କ ବିରୋଧରେ ଟଇଚଇରେ ମାମଲା ରୁଜୁ ହୋଇଛି ।