ଛତିଆ ଠାରେ ସମ୍ବାଦ ପକ୍ଷରୁ ଅନୁଷ୍ଠିତ ବାର୍ଷିକ ପ୍ରତିଯୋଗିତାରେ ଭାଗ ନେଲେ ୧୫୮ଜଣ ଛାତ୍ର ଛାତ୍ରୀ

0

ବଡଚଣା (ବେଦପ୍ରକାଶ ନାୟକ );-ସମ୍ବାଦ ଆମ ଓଡିଶା ପକ୍ଷରୁ ୨୦୨୪ବାର୍ଷିକ ପ୍ରତିଯୋଗିତା ଅବସରରେ ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ପ୍ରତିଯୋଗିତା ରେ ଚିତ୍ରାଙ୍କନ ରେ ୫୧ଜଣ, ହସ୍ତାକ୍ଷର ରେ ୬୫ଜଣ ଓ ଭାଷା ଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତା ରେ ୪୨ଜଣ ମୋଟ ୧୫୮ଛାତ୍ର ଛାତ୍ରୀ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ରେ ବିଦ୍ୟାଧର ପୁର ଉ:ପ୍ରା ବିଦ୍ୟାଳୟର ଛାତ୍ର ରିଷି ନାଥ ପ୍ରଥମ, ପଦ୍ମନାଭ ପୁର ମଇ ବିଦ୍ୟାଳୟ ର ଛାତ୍ରୀ ସୁଶ୍ରୀ ନିହାରିକା ରାଉତ ଦ୍ୱିତୀୟ ଓ ଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଲିଜା ନାୟକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ହସ୍ତାକ୍ଷରରେ ଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଶ୍ରୀନିକା ପଣ୍ଡା ପ୍ରଥମ, ଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ପ୍ରଜ୍ଞା ପାୟଲ ସେନାପତି ଦ୍ୱତୀୟ ଓ ବିଦ୍ୟାଧର ଉ:ପ୍ରା ବିଦ୍ୟାଳୟ ର ଛାତ୍ରୀ ସୋମ୍ୟ ସ୍ୱରୂପା ବେହେରା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଭାଷା ଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତାରେ ଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀ ଛାତ୍ର ସ୍ଥିତ ପ୍ରଜ୍ଞା ଦାଶ ପ୍ରଥମ, ଶଶୀଦେବୀ ବାଳିଆ ଉଚ୍ଚ ବିଦ୍ୟାଳୟ ର ନବମ ଶ୍ରେଣୀ ଛାତ୍ରୀ ଜୟଶ୍ରୀ ରାଉତ ଦ୍ୱତୀୟ, ଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟ ନବମ ଶ୍ରେଣୀ ଛାତ୍ରୀ ଶୁଭଶ୍ରୀ ପଣ୍ଡା  ତୃତୀୟ ସ୍ଥାନ ହାସଲ କରି ପ୍ରମୁଖ ସମ୍ବାଦ ପକ୍ଷରୁ ପ୍ରଦାନ କରାଯାଇଥିବା ପୁରସ୍କାର ଗ୍ରହଣ କରିଛନ୍ତି।ନିର୍ଦ୍ଧାରିତ ସମୟରେ ଛାତ୍ର ଛାତ୍ରୀ ମାନଙ୍କ ର ନାମ ପଞ୍ଜିକରଣ, ପରୀକ୍ଷା ପରିଚାଳନା ଓ ଖାତା ଦେଖା କାଯ୍ୟକ୍ରମ ସାରିବା ପରେ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ଛତିଆ ଅଞ୍ଚଳର ସମ୍ବାଦ ପ୍ରତିନିଧି ମୋହନ ଖିଲାରଙ୍କ ସଂଚାଳନରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବୈରୀ ଥାନା ଅଧିକାରୀ ଶରତ କୁମାର ନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଛତିଆ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପର୍ଶୁକାନ୍ତ ଜେନା, ଛତିଆ ସରପଞ୍ଚ ରମେଶ ଚନ୍ଦ୍ର ପୃଷ୍ଟି, ସମିତି ସଭ୍ୟ ଦୀପକ କୁମାର ସାହୁ, ବିଜ୍ଞାନ ଶିକ୍ଷକ ରଶ୍ମି ରଞ୍ଜନ ଷେଣ୍ଢ, ଶ୍ରୀ ମା ଶ୍ରୀ ଅରବିନ୍ଦ ନୋଡାଲ ଉ:ପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭୀମସେନ ନାୟକ, ଛତିଆ ଉଚ୍ଚ ବିଦ୍ୟାଳୟ ର ପରିଚାଳନା କମିଟି ର ସଭାପତି ଅକ୍ଷୟ କୁମାର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ସମ୍ବାଦର ଏହି କାଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହ ଯୋଗଦେଇଥିବା ଛାତ୍ର ଛାତ୍ରୀଙ୍କୁ ସାଧୁବାଦ ଜଣାଇଥିଲେ।

ଏହି କାଯ୍ୟକ୍ରମ ରେ ଶିକ୍ଷୟିତ୍ରୀ ମାନସୀ ମିଶ୍ର,ସରୋଜିନୀ ପଢିହାରୀ, ଶ୍ରଦ୍ଧାଞ୍ଜଳି ଓଝା, ପ୍ରିୟତମା ଜେନା, ବିଜୟିନୀ ନନ୍ଦ ଶିକ୍ଷକ ଗିରିଜା ଶଙ୍କର ମାଝୀ, ଶଙ୍କର୍ଷଣ ମହାପାତ୍ର ପ୍ରମୁଖ ପରୀକ୍ଷା ପରିଚାଳନା କରିଥିଲେ। କର୍ମଚାରୀ ପୁରସ୍ତମ ସାମଲ, ଶୁଭପ୍ରଦା ଦେବୀ, ପ୍ରମୋଦ ନାୟକ ପ୍ରମୁଖ ସହଯୋଗ କରିଥିଲେ।

ଛତିଆ ସମ୍ବାଦ ସାହିତ୍ୟ ଘରର କାଯ୍ୟକାରୀ ସଭାପତି ଧୀରେନ୍ଦ୍ର ନାଥ,ଉପସଭାପତି ଶ୍ରୀନିବାସ ପାତ୍ର,ସମ୍ପାଦକ ମନୋଜ ନାୟକ, ସହସମ୍ପାଦକ ଦିଲ୍ଲୀପ ରାଉତ, ବିପିନି ବିଶ୍ୱାଳ, ବିଶ୍ୱଜିତ ଖିଲାର ପ୍ରମୁଖ କାଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଶେଷରେ ସମ୍ବାଦ ସାହିତ୍ୟ ଘର ର ସହ ସମ୍ପାଦକ ଶରତ ପ୍ରାଣିଗ୍ରହୀ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।