ଭୁବନେଶ୍ୱର: ୮ ବର୍ଷ ପରେ ବନ୍ଧା ହେଲେ ପୂର୍ବତନ ବିଡିଓ । କୋରାପୁଟ ନାରାୟଣପଟଣାର ପୂର୍ବତନ ବିଡିଓ ରେମେଶ ଚନ୍ଦ୍ର ସାହୁଙ୍କୁ ଦିଲ୍ଲୀରୁ ଗିରଫ କରିଛି ଭିଜିଲାନ୍ସ। ୭ ଟି ଦୁର୍ନୀତି ମାମଲାରେ ୱାଣ୍ଟଡ୍ ଥିଲେ ରମେଶ ଚନ୍ଦ୍ର ସାହୁ । ଦୀର୍ଘ ୮ ବର୍ଷ ହେବ ଫେରାରଥିବା ବେଳେ ଶେଷରେ ଗିରଫ କରାଯାଇଛି । ସେ ୨୦୧୫ ଠାରୁ ଫେରାର ଥିଲେ। ଦୀର୍ଘ ୮ ବର୍ଷ ପରେ ଆଜି ଓଡିଶା ଭିଜିଲାନ୍ସ ରେମେଶ ଚନ୍ଦ୍ର ସାହୁଙ୍କୁ ନୂଆ ଦିଲ୍ଲୀରୁ ଗିରଫ କରିଛି। କୋର୍ଟରେ ହାଜରପରେ ଟ୍ରାଞ୍ଜିଣ୍ଟ ରିମାଣ୍ଡରେ ଭୁବନେଶ୍ବର ଅଣାଯିବ।