ଜଳେଶ୍ୱର/ଅଜିତ ସାହୁ : ବେଆଇନ ଗୋ ଚାଲାଣ ବେଳେ, ଗୋରୁ ବୋଝେଇ କଣ୍ଟେନର୍ ଜବତ ଚାରି ଗୋ ମାଫିଆ ଗିରଫ। ସୂଚନା ମୁତାବକ ପ୍ରତେକ୍ ଦିନ ଭଳି ଆଜି ଭୋର୍ ସମୟରେ ଓଡିଶାରୁ ପଶ୍ଚିମବଙ୍ଗକୁ ବେଆଇନ ଭାବେ ଗୋ ଚୋରା ଚାଲାଣ ହେଉଥିଲା। ତେବେ ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଜଳେଶ୍ବର ପୋଲିସ 60 ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରୁ 5 ଟି ଗୋରୁ ବୋଝେଇ କଣ୍ଟେନର ଏବଂ ବେଲି ଗୋପୀନାଥପୁର ଗ୍ରାମରୁ 3ଟି କଣ୍ଟେନର ଜବଦ କରିଛି ଜଳେଶ୍ବର ପୋଲିସ । ମୋଟ୍ 8 ଟି କଣ୍ଟେନର ରୁ 800 ରୁ ଉର୍ଧ୍ବ ଗୋରୁ ଜବତ କରିବା ସହିତ 4 ଜଣ ଗୋ ମାଫିଆଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।