୮୨ ବର୍ଷରେ ପାଦ ଥାପିଲେ ରାଣୀ ସୁଜ୍ଞାନ ଦେଓ

0

(ହରପ୍ରସାଦ ବିଷୋୟୀ): କେବଳ ଗଂଜାମ ଜିଲ୍ଲା ନୁହେଁ ରାଜ୍ୟ ରାଜନୀତିର ଦୃଶ୍ୟ ପଟ୍ଟରେ ଖଲ୍ଲିକୋଟ ରାଣୀ ଭି ସୁଜ୍ଞାନ କୁମାରୀ ଦେଓ ଜଣେ ଅନନ୍ୟ ବ୍ୟକ୍ତିତ୍ୱ । ୧୯୩୭ ମସିହାରେ ଜନ୍ମଗ୍ରହଣ କରିଥିବା ସୁଜ୍ଞାନ୧୯୭୪ ମସିହାରୁ ୨୦୧୪ ପର୍ଯ୍ୟନ୍ତ ଲଗାତର ବିଧାନସଭାକୁ ନିର୍ବାଚିତ ହୋଇ ଆସୁଥିଲେ । କିନ୍ତୁ ୨୦୧୯ରେ ସ୍ୱାସ୍ଥ୍ୟଗତ କାରଣରୁ ସେ ନିର୍ବାଚନରେ ଭାଗ ନେଇନଥିଲେ । ତେବେ ୯ଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ରେକର୍ଡ଼ ସୃଷ୍ଟି କରିଥିବା କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ତଥା ବିଜେଡ଼ିର ବରିଷ୍ଠ ନେତ୍ରୀ ସୁଜ୍ଞାନ କୁମାରୀଙ୍କର ଆଜି ହେଉଛି ଜନ୍ମଦିବସ । ଓଡ଼ିଶାର ବର୍ଷୀୟାନ ନାରୀନେତ୍ରୀଙ୍କ ଜନ୍ମଦିନରେ ଗଂଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ତଥା ବେଗୁନିଆପଡ଼ା, ପୁରୁଷୋତ୍ତମପୁର ଓ କବିସୂର୍ଯ୍ୟନଗରର ବିଜୁ ଜନତାଦଳ ତରଫରୁ ଜୀବନ ବିନ୍ଦୁର ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଏହାକୁ କବିସୂର୍ଯ୍ୟନଗରର ବିଧାୟିକା ଲତିକା ପ୍ରଧାନ ଉଦ୍ଘାଟନ କରିଥିଲେ । ଏହି ଶିବିରରେ ବେଗୁନିଆପଡ଼ାରେ ୧୫୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ପୁରୁଷୋତ୍ତମପୁରରୁ ୨୨୨ୟୁନିଟ ଏବଂ କବିସୂର୍ଯ୍ୟନଗରରୁ ୭୫ ୟୁନିଟ ରକ୍ତ ସଂଗ୍ରହ ହୋଇଛି । ଏହି ରକ୍ତଦାନ ଶିବିରରେ ବେଗୁନିଆପଡ଼ା ବ୍ଲକ ଅଧ୍ୟକ୍ଷା କେ.ରାଜଲକ୍ଷ୍ମୀ ଦୋରା,ବେଗୁନିଆପଡ଼ା  ବ୍ଲକ ବିଜେଡ଼ି ସଭାପତି ବିଜୟ କୁମାର ଦୋରା,ଜିଲ୍ଲାପରିଷଦ ପ୍ରଫୁଲ୍ଲ ଚନ୍ଦ୍ର ତିଆଡ଼ି,ବିଜୁ ଶ୍ରମିକ ସାମୁକ୍ଷର ଉପସଭାପତି ବିଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ବିଧାୟିକା ଲତିକା ପ୍ରଧାନ ଶିବିରରେ ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।