ଓୟୁଏଟିରେ ୮୩ତମ ଭାରତୀୟ କୃଷି ଅର୍ଥନୀତି ସଂସ୍ଥା (ଆଇ.ଏସ.ଏ.ଇ)ର ୩ ଦିନିଆ ସମ୍ମିଳନୀ

0

ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରରେ ୮୩ତମ ଭାରତୀୟ କୃଷି ଅର୍ଥନୀତି ସଂସ୍ଥା ପକ୍ଷରୁ ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହେଉଛି । ଏଥିରେ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃଷି ସଚିବ ଅରବିନ୍ଦ ପାଢୀ ଖାଦ୍ୟର ଗୁଣବତ୍ତା ବଢାଇବା ସହ, ନିଜ ଅଞ୍ଚଳର ମାଟି ଓ ଜଳବାୟୁକୁ ଦୃଷ୍ଟିରେ ରଖି ପରିବେଶ ଅନୁକୂଳ ଚାଷ ପଦ୍ଧତି ଆପଣାଇବା ଉପରେ ଆଲୋକପାତ କରିଥିଲେ ।

ଖାଦ୍ୟର ପୁଷ୍ଟିକୁ ଦୃଷ୍ଟିରେ ରଖି ଲୋକଙ୍କ ଖାଦ୍ୟ ଶୈଳୀରେ ପରିବର୍ତ୍ତନ ଆସିଛି । ଯେପରିକି କ୍ଷୁଦ୍ର ଶସ୍ୟ, କନ୍ଦମୂଲ, ଗୁଡ ଆଦିର ଚାହିଦା ଅନେକ ପରିମାଣରେ ବୃଦ୍ଧି ପାଇଛି । ଏଣୁ ପାରମ୍ପରିକ ଖାଦ୍ୟକୁ କିପରି ଆହୁରି ଉତ୍ପାଦନ କରିବା ସହ ଲୋକପ୍ରିୟ କରାଯାଇ ପାରିବ ସେ ଦିଗରେ ଦୃଷ୍ଟି ଦେବାକୁ ବିଶ୍ୱବିଦ୍ୟାଳୟରେ କୁଳପତି ଫ୍ରଫେସର ପ୍ରଭାତ କୁମାର ଚାଉଳ କହିଛନ୍ତି ।