ଦୁଷ୍କର୍ମ ପରେ ୮୫ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ

0

ଉତ୍ତର ପ୍ରଦେଶର ବରେଲିରେ ଲଜ୍ଜା । ଜଣେ ୮୫ ବର୍ଷିୟା ବୃଦ୍ଧାଙ୍କ ସହ ଦୁଷ୍କର୍ମ । ଘଟଣାରେ ବୃଦ୍ଧାଙ୍କ ମୃତ୍ୟୁ । ଏହି ଘଟଣାରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି । ସମ୍ପୃକ୍ତ ଯୁବକ ନିଶାସକ୍ତ ଅବସ୍ଥାରେ ବୃଦ୍ଧାଙ୍କ ସହ ଏହି ନାରକୀୟ କାଣ୍ଡ ଭିଆଇଥିଲା ।
ସୂଚନା ମୁତାବକ, ବରେଲିରେ ଜଣେ ବିଧବା ୮୫ ବର୍ଷୀୟା ମହିଳା ରହୁଥିଲେ । ସ୍ୱାମୀ ଓ ପୁଅ ମରିଯିବା ପରେ ଭାଇ, ଭାଉଜଙ୍କ ଘରେ ବୃଦ୍ଧାଙ୍କୁ ଆଶ୍ରୟ ମିଳିଥିଲା । ସ୍ୱାମୀ ପୁଅଙ୍କୁ ହରାଇ ଭାଇର ସାହାରାରେ ବଡ ଦୁଃଖରେ ଦିନ କାଟୁଥିଲେ ବୃଦ୍ଧା । ସେମାନଙ୍କ ଘର ପାଖରେ ରହୁଥିଲେ ପଡିଶାରେ ଜଣେ ୩୫ ବର୍ଷୀୟ ଯୁବକା ସେ ପ୍ରାୟ ସବୁ ସମୟରେ ନିଶାସକ୍ତ ଅବସ୍ଥାରେ ରହୁଥିଲେ । ତେବେ ଘଟଣା ଦିନ ବୃଦ୍ଧା ଘରେ ଏକା ଥାଆନ୍ତି । ଭାଇ ଓ ଭାଉଜ କାମରେ ବାହାରକୁ ଯାଇଥାନ୍ତି । ନିଶାସକ୍ତ ଅବସ୍ଥାରେ ଯୁବକ ଆସି ଘରେ ପଶିବା ସହ ବୃଦ୍ଧାଙ୍କ ସହ ଦୁଷ୍କର୍ମ କରିଥିଲା । ବୃଦ୍ଧା ଚିକ୍ରାର କରୁଥାନ୍ତି, ଏହି ସମୟରେ ତାଙ୍କ ଭାଇ ଘରେ ଆସି ପହଞ୍ଚି ଯାଇଥିଲେ । ତାଙ୍କୁ ଦେଖି ଅଭିଯୁକ୍ତ ସେଠାରୁ ଛୁ ମାରିଥିଲା । ଭାଇ ଦେଖନ୍ତି ତ ଭଉଣୀଙ୍କ ଅବସ୍ଥା ଗୁରୁତର । ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲ ନିଆଗଲା । ଚିକିତ୍ସା ଚାଲିଥିବା ବେଳେ ବୃଦ୍ଧା ସବୁଦିନ ପାଇଁ ଆଖିବୁଜି ଦେଲେ । ଏନେଇ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଘଟଣାର ତଦନ୍ତ କରୁଛି ।