ପୁରୀ/ ଜୟନ୍ତ କୁମାର ସେଠି: ପ୍ରାଇଭେଟ୍ ହୋମିଓପାଥିକ ପ୍ରାକ୍ଟିସନର ଆସୋସିସନର ୮ମ ବାର୍ଷିକ ସମ୍ମିଳନୀ ଓ ହ୍ୟାନିମାନ୍ ଙ୍କ ୨୬୯ତମ ଜନ୍ମ ଜୟନ୍ତୀ ଭୁନେଶ୍ବର ରବୀନ୍ଦ୍ର ମଣ୍ଡପରେ ଅନଷ୍ଠିତ ହୋଇଯାଇଛି । ସଂଘର ସଭାପତି ନେତ୍ରାନନ୍ଦ ଭୋଇଙ୍କ ସଭାପତିତ୍ବରେ ହୋମିଓପାଥିକ ଚିକିତ୍ସାର ଜନକ ଡାକ୍ତର ହ୍ୟାନିମାନ୍ ଙ୍କ ୨୬୯ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସଂସ୍ମୃତି ଓ ପର୍ୟ୍ୟଟନ ମନ୍ତ୍ରୀ ଅଶ୍ୱନି ପାତ୍ର, ସମ୍ମାନିତ ଅତିଥି ଭାବେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ବିଧାୟକ ଡ, ଅରବିନ୍ଦ ଢ଼ାଲି, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଶାର ଗ୍ରାାଞ୍ଚଳରେ କାର୍ୟ୍ୟରତ ହୋମିଓପାଥିକ ପ୍ରାକ୍ଟିସନର ମାନଙ୍କୁ ପୂର୍ବରୁ ସରକରଙ୍କ ଦ୍ଵାରା ପଞ୍ଜୀକୃତ କରାଯାଇ ଲିଷ୍ଟେଡ୍ ମାନ୍ୟତା ପ୍ରଦାନ କରାଯାଇ ନିରବଚ୍ଛିନ୍ନ ଭାବେ ଜନସାଧାରଣଙ୍କୁ ସେବା ଯୋଗାଇ ଆସୁଛନ୍ତି । ଓଡ଼ିଶାରେ ୨୦୧୪ ମସିହାରେ ନିଷେଧ କରାଯାଇଛି । ଫଳରେ ଚିକିତ୍ସକ ମାନେ ସେମାଙ୍କର ଜୀବିକା ହରାଇବା ଯୋଗୁଁ ପରିବାର ପ୍ରତିପୋଷଣ କରିବା କଷ୍ଟ ସାଧ୍ୟ ହୋଇପଡୁଛି । ଏ ଦିଗରେ ସରକାରଙ୍କୁ ବାରମ୍ୱାର ଅବଗତି କରାଯାଇଛି । ହୋମିଓପାଥିକ ଚିକିତ୍ସକ ଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେମାନଙ୍କ ସମସ୍ୟା ଉପରେ ଦୃଷ୍ଟି ଦେବା ପାଇଁ ସଙ୍ଘ ପକ୍ଷରୁ ରାଜ୍ୟ ସରକାରଙ୍କ ପାଖରେ ଅନୁରୋଧ କରିଛନ୍ତି । ସଂଘର୍ ମୂଖ୍ୟ ଉପଡେଷ୍ଠା ଡ଼ା, ପ୍ରଦୀପ ରାଓ,ଆଇନ ଉପଦେଷ୍ଟା ରମଣୀକାନ୍ତ ପଟ୍ଟନାୟକ ଓ ଉପଦେଷ୍ଟା ନିହାର ରଞ୍ଜନ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ ।