ଭାସିଗଲା କାର, ଗୋଟିଏ ପରିବାରର ୯ ଜଣ ମୃତ

0

ହୋସିଆରପୁର : ବର୍ଷା ଉଜାଡ଼ିଦେଲା ପରିବାର । ପଞ୍ଜାବର ହୋସିଆରପୁର ଏଭଳି ଅଘଟଣ ଘଟିଛି । ରବିବାର ଗୋଟିଏ କାର ନଦୀ ସ୍ରୋତରେ ଭାସିଯିବାରୁ ଗୋଟିଏ ପରିବାରର ୯ ଜଣ ସଦସ୍ୟ ପ୍ରାଣ ହରାଇଛନ୍ତି। ଅନ୍ୟ ୨ ଜଣ ନିଖୋଜ ଥିବା ଜଣାପଡିଛି।

ପଞ୍ଜାବରୁ ହିମାଚଳ ପ୍ରଦେଶକୁ ଏକ ବିବାହ ଉତ୍ସବରେ ଯୋଗ ଦେବା ଲାଗି ଗୋଟିଏ ପରିବାରର ୧୧ ଜଣ ସଦସ୍ୟ କାରରେ ଆସୁଥିଲେ। ତେବେ ରାସ୍ତାରେ ଥିବା ଏକ ଝରଣାରେ ଅଚାନକ ବନ୍ୟାଜଳ ପ୍ରବାହିତ ହେବାରୁ କାର ଭାସିଯାଇଥିଲା।

ଏହି ଘଟଣାକୁ ନେଇ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନଦୀରେ ଅଚାନକ ଫ୍ଲାସ ଫ୍ଲଡ ଆସିବାରୁ ଏଭଳି ଅଘଟଣ ଘଟିଥିବା ଜଣାପଡିଛି ।