୯ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ 

0

ମାଲକାନଗିରି : ୯ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ  । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା SPଙ୍କ ନିକଟରେ ନଅ ଜଣ ହାର୍ଡ କୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଦୁଇ ଜଣ ମହିଳା ମାଓବାଦୀ ସମେତ ୯ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ନଅ ଜଣଙ୍କ ନାଁରେ ମୋଟ ୪୩ ଲକ୍ଷ୍ୟ ଟଙ୍କା ପୁରସ୍କାର ଥିଲା। ଦୁଇ ଜଣ ମାଓବାଦୀଙ୍କ ନାଁ ରେ ୮ ଲକ୍ଷ ଟଙ୍କା ଏବଂ ୪ ଜଣ ମାଓବାଦୀଙ୍କ ନାଁରେ ୫ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରାଶି ଥିଲା ।

ସୂଚନା ଯୋଗ୍ୟ, କିଛି ଦିନ ତଳେ ଛତିଶଗଡ଼ର ବିଜାପୁର ଜିଲାରେ ଯବାନମାନେ ଯାଉଥିବା ଏକ ଗାଡ଼ିକୁ ମାଓବାଦୀମାନେ ଶକ୍ତିଶାଳୀ ବିସ୍ଫୋରକ ଉପକରଣ (ଆଇଇଡି) ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ। ବିସ୍ଫୋରଣରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆର୍ଜି)ର ୮ ଯବାନ ଏବଂ ଗାଡ଼ି ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ଗତ ୨ ବର୍ଷ ମଧ୍ୟରେ ମାଓବାଦୀମାନଙ୍କ ଛତିଶଗଡ଼ରେ ଏହା ସବୁଠୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି।ଅନ୍ୟପକ୍ଷେ ଛତିଶଗଡ଼ରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ୮ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାହିଛନ୍ତି।୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶକୁ ମାଓବାଦୀ ମୁକ୍ତ କରିବା ପ୍ରତିଜ୍ଞାକୁ ସେ ଦୋହରାଇଛନ୍ତି। ଏହି ପରିପ୍ରେକ୍ଷୀରେ ଶନିବାର ୯ଜଣ ହାର୍ଡକୋର୍‌ ମାଓବାଦୀ ଆତ୍ମସମର୍ପଣ କରିବା ଛତିଶଗଡ଼ରେ ଚର୍ଚ୍ଚାର ବିଷୟ ହୋଇଛି।