କୋଟାର ଏକ ହସ୍ପିଟାଲରେ ୯ ଶିଶୁଙ୍କ ଗୋଟିଏ ଦିନରେ ମୃତ୍ୟୁ

0

ଜୟପୁର: ରାଜସ୍ଥାନର କୋଟା ସ୍ଥିତ ଜେ.କେ. ଲୋନ୍‌ ହସ୍ପିଟାଲରେ ଗୋଟିଏ ଦିନରେ ୯ ନବଜାତକଙ୍କ ମୃତ୍ୟୁ । ହସ୍ପିଟାଲର ଅବହେଳାରୁ ସମସ୍ତ ନବଜାତକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି । ଅଭିଯୋଗ ପରେ କୋଟା ଜିଲ୍ଲାପାଳ ହସ୍ପିଟାଲକୁ ରିପୋର୍ଟ ତଲବ କରିବା ସହ ଘଟଣାର ତଦନ୍ତ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ହସ୍ପିଟାଲ ପକ୍ଷରୁ କୁହାଯାଇଛି କି, ୩ ଶିଶୁଙ୍କ ହସ୍ପିଟାଲରେ ପହଞ୍ଚିବା ବେଳେକୁ ମୃତ୍ୟୁ ହୋଇଥିଲା । ଅନ୍ୟ ୩ ଜଣଙ୍କ ଜନ୍ମଜାତ ସ୍ୱାସ୍ଥ୍ୟ ସମସ୍ୟା ରହିଥିଲା ଓ ଅନ୍ୟମାନଙ୍କର ମୁଣ୍ଡରେ ପାଣି ଜମିଯାଇଥିଲା ।
ଗୁରୁବାର ସକାଳେ ଅନ୍ୟ ୪ ଶିଶୁଙ୍କର ମୃତ୍ୟୁ ଘଟିଛି। ଗତବର୍ଷ ମଧ୍ୟରେ ଏହି ହସ୍ପିଟାଲରେ ୧୦୦ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଛି। ବୁଧବାର ଏବଂ ଗୁରୁବାର ଘଟଣା ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ରଘୁ ଶର୍ମା ତଦନ୍ତ ନିର୍ଦେଶ ଦିଆଯାଇଥିବା ହସ୍ପିଟାଲର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

SR