ବାଙ୍କୀରେ ରାଜନୈତିକ ହତ୍ୟାକାଣ୍ଡ ମାମଲାର ଶୁଣାଣୀ । ୯ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ କଟକ ଅତିତିକ୍ତ ଜିଲ୍ଲା ଦୈାରାଜଜ୍ । ୨୦୨୦ ଅକ୍ଟୋବର ୨୪ ତାରିଖରେ ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିଲେ । ଗୋବିନ୍ଦ ବେହେରା ନାମକ ବ୍ୟକ୍ତି ଉପରେ ଅଭିଯୁକ୍ତ ମାନେ ବୋମା ପକାଇବା ସହ ତାଙ୍କୁ ପଥରରେ ଛେଚି ନୃଶଂସ ଭାବେ ମାରିଥିଲେ । ମାମଲାରେ ୧୨ ଅଭିଯୁକ୍ତ ଥିବା ବେଳେ ୨ବର୍ଷ ପୂର୍ବରୁ ୨ ଜଣ ଓ ଶୁଣାଣୀ ସମୟରେ ଜଣେ ଅଭିଯୁକ୍ତ ଖସି ଯାଇଥିଲେ । ତେବେ ବର୍ତ୍ତମାନ ଏହି ୯ଜଣଙ୍କୁ ମୃତ୍ୟୁପର୍ଯ୍ୟନ୍ତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବା ସହ ୬୦ ହଜାର ଟଙ୍କା ଜୋରିମାନା ଦେବାକୁ ନିଦେ୍ର୍ଦଶ ଦେଇଛନ୍ତି କୋର୍ଟ । ଜୋରିମାନା ଟଙ୍କା ମୃତକଙ୍କ ବିଧବା ପତ୍ନୀଙ୍କୁ ପ୍ରଦାନ କରିବାକୁ କହିଛନ୍ତି କୋର୍ଟ ।