ସାଲେପୁର/ଜ୍ୟୋସ୍ନା ରାଣୀ ସିଂହ: ବଟି ପାଇଁ ଦାଦାଗିରି | କିଶନନଗର ତହସିଲ ଅନ୍ତର୍ଗତ ସାଲେପୁର ବ୍ଲକ ଅଧିନସ୍ତ ପୁରୁଣାହାଟ ପଞ୍ଚାୟତର କାଳିକା ପୁର ବାଲିଘାଟରେ ଦୁର୍ବୁତ୍ତଙ୍କ ଜୋର ଜବରଦସ୍ତି ବଟି ଆଦାୟ | ବଟି ନଦେବାରୁ କର୍ମଚାରୀଙ୍କୁ ମରଣାତ୍ମକ ଆକ୍ରମଣ କରି ୯୦ ହଜାର ଟଙ୍କା ଓ ସୁନା ଚେନ ଲୁଟି ନେଇଥିବା କିଶନନଗର ଥାନାରେ ଅଭିଯୋଗ |
ଅଭିଯୋଗ ମୁତାବକ ଗତ ୧୯ ତାରିଖ ସନ୍ଧ୍ୟାରେ କାଳିକାପୁର ବାଲିଘାଟ ରାସ୍ତା ତିଆରି ଚାଲିଥିବା ବେଳେ ୧୦ରୁ ଅଧିକ ଦୁର୍ବୃତ୍ତ ପହଞ୍ଚି ହିଟାଚୀ ଡ୍ରାଇଭରକୁ ଗାଳି ଗୁଲଜ କରିଥିଲେ | ଏଥିସହ ସେଠାରେ ଉପସ୍ଥିତ ଥିବା କର୍ମଚାରୀ ଜୋତିରଞ୍ଜନ ପାତ୍ରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୫ଲକ୍ଷ ଟଙ୍କା ବଟି ମାଗିବା ସହ ତାଙ୍କୁ ମରଣାତ୍ମକ ଆକ୍ରମଣ କରି ୯୦ ହଜାର ଟଙ୍କା ଏବଂ ସୁନାଚେନ୍ ନେଇଯାଇଥିଲେ।
ଖବର ପାଇ କିଶନନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଗତପୁର ଥାନା ବାରଗୋଡ଼ିଆ ଅଞ୍ଚଳର ସଞ୍ଜୟ ନାମକ ଯୁବକକୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି । ଗୁରୁତର ଆହତ ଜୋତିରଞ୍ଜନକୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।