ଭୁବନେଶ୍ୱର: କରୋନା ପାଇଁ ସ୍କୁଲ କଲେଜ ବନ୍ଦ ରହିଥିବା ବେଳେ ଏଣିକି କର୍ମଚାରୀଙ୍କୁ କଲେଜ ଆସିବାକୁ ହେବ । ଏନେଇ ଉଚ୍ଚ ଶିକ୍ଷାନୁଷ୍ଠାନର ସମସ୍ତ କଲେଜ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଆଜି କୁଳପତି ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଉଚ୍ଚଶିକ୍ଷା ସଚିବ ।ଆସନ୍ତା ଜୁଲାଇ ୭ ତାରିଖରୁ କଲେଜ ଓ ବିଶ୍ୱ ବିଦ୍ୟାଳୟ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ କୋଭିଡ ପାଇଁ ୫୦% ଷ୍ଟାଫ ନେଇ ରୋଷ୍ଟର ଡ୍ୟୁଟିକୁ ପ୍ରତ୍ୟାହାର କରାଯାଇଛି । ଆଗକୁ ୟୁଜି ଏବଂ ପିଜି ପରୀକ୍ଷା ଥିବାରୁ ସମସ୍ତ ଷ୍ଟାପ କଲେଜ ଆସିବା ଜରୁରୀ ବୋଲି କୁହାଯାଇଛି ।