ଭୁବନେଶ୍ୱର: ପାକିସ୍ତାନରେ ଓଡିଆ ପୁଅ ପ୍ରଶଂସିତ । ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଥିବା ଇସ୍ଲାମିଅ।। ୟୁନିଭର୍ସିଟି ଦ୍ୱାରା ପ୍ରଶଂସିତ ହୋଇଛନ୍ତି । ବିଶ୍ୱ ପରିବେଶ ଦିବସରେ ବିଶ୍ୱବିଦ୍ୟାଳୟର ଛାତ୍ର ଓ ଅଧ୍ୟାପିକାମାନଙ୍କୁ ସମ୍ବୋଧିତ କରିବା ପାଇଁ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଜନସାଧାରଣ ନୀତି ଏବଂ ପରିଚାଳନା ବିଭାଗର ସହକାରୀ ପ୍ରଫେସର ପ୍ରଫେସର କମଳା କାନ୍ତ ଦାଶଙ୍କୁ ପଞ୍ଜାବ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିମନ୍ତ୍ରଣ ଆସିଥିଲା ।
ପ୍ରଫେସର ଦାଶ ତାଙ୍କ ଅଭିଭାଷଣରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ସମ୍ପର୍କରେ ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ବର୍ଣ୍ଣନା କରିଥିଲେ । କିପରି ଏକ ପାହାଡ ଉପରେ ବିଶ୍ୱବିଦ୍ୟାଳୟ ନିର୍ମାଣ ହୋଇ ସର୍ବଭାରତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ସବୁଜ କ୍ୟାମ୍ପସ ପର୍ୟ୍ୟନ୍ତ ଯାତ୍ରା କରିଛି । ଜାତିସଙ୍ଘ ଦ୍ୱାରା ୨୦୩୦ ସୁଦ୍ଧା ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବା ପାଇଁ ବିଶ୍ୱବିଦ୍ୟାଳୟଗୁଡ଼ିକ କିପରି ଉଜ୍ଜ୍ୱଳ ଲାବୋରେଟୋରୀ ହୋଇପାରିବ ସେ ଯୁକ୍ତି ବାଢ଼ିଥିଲେ।