୨୮ ଯାତ୍ରୀ ବିଶିଷ୍ଟ ଏକ ବିମାନ ନିଖୋଜ
ଋଷର ସୂଦୁର ପୂର୍ବ ଅଞ୍ଚଳର କାଚମଟକାରେ ମଙ୍ଗଳବାର ୨୮ ଜଣଙ୍କୁ ନେଇ ଯାଉଥିବା ଏକ ବିମାନ ନିଖୋଜ ହୋଇଯାଇଛି । ଏଥିରେ ୨୨ ଯାତ୍ରୀ ଏବଂ ଚାଳକ ଓ ୬ ସଦସ୍ୟ ଥିଲେ ।
(ମୋସ୍କୋ) : ଋଷର ସୂଦୁର ପୂର୍ବ ଅଞ୍ଚଳର କାଚମଟକାରେ ମଙ୍ଗଳବାର ୨୮ ଜଣଙ୍କୁ ନେଇ ଯାଉଥିବା ଏକ ବିମାନ ନିଖୋଜ ହୋଇଯାଇଛି । ଏଥିରେ ୨୨ ଯାତ୍ରୀ ଏବଂ ଚାଳକ ଓ ୬ ସଦସ୍ୟ ଥିଲେ । ବିମାନ ନମ୍ବର ଏଏନ-୨୬ ସମ୍ପର୍କ କଟିବା ପରେ ନିଖୋଜ ଅଛି ଏବଂ ରାଡାର ସମ୍ପର୍କରେ ନାହିଁ ।
ସୂଚନାନୁଯାୟୀ , ଲୋକାଲ ଏମରଜେନ୍ସି ସର୍ଭିସର ଅଫିସର କୁହନ୍ତି କି ଏହି ପ୍ଲେନ୍ ପେଟ୍ରୋପାବଲୋଷ୍ଟକ-କାମଚତ୍ସକି ସହରରେ ପଲାନା ଗାଁ ଯାଉଥିଲା । ଏଥିରେ ୨୨ ଯାତ୍ରୀ ଏବଂ ଚାଳକ ଓ ୬ ସଦସ୍ୟ ଥିଲେ । ବିମାନ ନମ୍ବର ଏଏନ-୨୬ ସମ୍ପର୍କ କଟିବା ପରେ ନିଖୋଜ ଅଛି ଏବଂ ରାଡାର ସମ୍ପର୍କରେ ନାହିଁ । ଅଧିକାରୀମାନେ କହିଛନ୍ତି ଯେ ନିଖୋଜ ବିମାନ ସମ୍ବନ୍ଧରେ ଯାଞ୍ଚ ଆରମ୍ଭ କରାଯାଇଛି ଏବଂ ସନ୍ଧାନ ଅଭିଯାନ ଚାଲୁଛି । ସୂଚନା ଅନୁସାରେ ବିମାନର ସମ୍ପର୍କ ଲ୍ୟାଣ୍ଡିଂ ପୂର୍ବରୁ କଟିଯାଇଥିଲା । ଏବେ ତାର ସନ୍ଧାନ ଜାରି ରହିଛି । ଏଥିପାଇଁ ୨ ହେଲିକପ୍ଟର ଓ ଏକ ପ୍ଲେନ୍ ମଧ୍ୟ ପଠାଯାଇଛି । ନିଖୋଜ ପୂର୍ବରୁ ବିମାନ ପଲାନା ଏୟାରପୋର୍ଟରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିଲା