ଭୁବନେଶ୍ୱର: ପ୍ରଚଣ୍ଡ ତାତିରେ ସାରା ଓଡିଶା ଜଳୁଥିବା ବେଳେ ମଙ୍ଗଳବାର ଠାରୁ ରାଜ୍ୟର କେତେକ ସ୍ଥାନ ମାନଙ୍କରେ ହାଲୁକା ବର୍ଷା ହେବାର ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ବିଭାଗର ଆକଳନ ଅନୁଯାୟୀ ମଙ୍ଗଳବାର ଠାରୁ ରାଜ୍ୟରେ ସୁନ୍ଦରଗଡ, କେଉଁଝର, ମୟୂରଭଞ୍ଜ, ଝାରସୁଗୁଡା, ଦେଓଗଡ, ସମ୍ବଲପୁର ଓ ବରଗଡ ଭଳି ଗୋଟାଏ କିମ୍ବା ଦୁଇଟି ସ୍ଥାନ ମାନଙ୍କରେ ବର୍ଷା ସହ ବଜ୍ରପାତର ସମ୍ଭାବନା ଅଛି ।
ସେହିପରି ବୁଧବାର ଦିନ ସୁନ୍ଦରଗଡ, କେଉଁଝର, ମୟୂରଭଞ୍ଜ, ଝାରସୁଗୁଡା, ଦେଓଗଡ,ସମ୍ବାଲପୁର, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ଅନୁଗୁଳ, ବୌଦ୍ଧ ଭଳି କେତେକ ସ୍ଥାନ ମାନଙ୍କରେ ହାଲୁକା ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ତିନିରୁ ଚାରି ଦିନ ମଧ୍ୟରେ ଦିନ ତାପମାତ୍ରା ୨ଡିଗ୍ରୀରୁ ୩ ଡିଗ୍ରୀ ବଢିବା ସହ ରବିବାର ଦିନ ତାଲଚେର ଓ ସମ୍ବଲପୁରରେ ସର୍ବାଧିକ ୩୮.୬ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱରରେ ୩୮.୫ ଡିଗ୍ରୀ, ଝାରସୁଗୁଡା ୩୮.୪ ଡିଗ୍ରୀ ରେର୍କଡ କରାଯଆଇଛି ।