ଗଞ୍ଜାମ ଶେରଗଡ ଓ ହିଞ୍ଜିଳି ଅଂଚଳକୁ ୫ଟି ସଚିବଙ୍କ ଗସ୍ତ ଘଟଣା ; ୨୪ ଘଣ୍ଟାରେ ପ୍ରତିଶ୍ରୁତି ପୂରଣ କଲେ ୫ଟି ସଚିବ

0

ବ୍ରହ୍ମପୁର: ଗଞ୍ଜାମ ଶେରଗଡ ଓ ହିଞ୍ଜିଳି ଅଂଚଳକୁ ୫ଟି ସଚିବଙ୍କ ଗ୍ରସ୍ତ ଘଟଣା । ସଚିବଙ୍କ ପ୍ରତିଶୃତି ୨୪ ଘଣ୍ଟାରେ ହେଲା ପାଳନ । ୬ କୋଟି ଟଙ୍କାରେ ଆଠଟି କଲେଜର ହେବ ରୂପାନ୍ତରିତ । ମୋହର ମାରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ୬ ତାରିଖ ସନ୍ଧ୍ୟାରେ ୫ଟି ସଚିବ ଭି.କେ. ପାଣ୍ଡିଆନ୍ ଦୁଇ ଦୁନିଆ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ଶେରଗଡ଼ ବ୍ଳକକୁ ମାରାଥନ ଗସ୍ତ କରିଥିଲେ। ଦିନତମାମ ମାରାଥନ୍ ହିଞ୍ଜିଳି ଓ ଶେରଗଡ଼ ଗସ୍ତ ସାରି ରବିବାର ରାତିରେ ଭୁବନେଶ୍ୱର ଫେରିଥିଲେ । ଏହାର୨୪ ଘଣ୍ଟାରେ ପ୍ରତିଶ୍ରୁତି ପୂରଣ କଲେ ୫ଟି ସଚିବ । ତେବେ ଦୁଇ ବ୍ଲକ୍ର ୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ତିନୋଟି ଡିଗ୍ରୀ କଲେଜ ଓ ଦୁଇଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ମୋଟ ୬ କୋଟି ୨୫ ଲକ୍ଷ ଟଙ୍କାର ଆର୍ଥକ ଅନୁଦାନ ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନାରେ ଏହି ଅର୍ଥ ପ୍ରଦାନ କରାଯାଇଛି। ସ୍ବତନ୍ତ୍ର ସହାୟତା ପାଇଥିବା ଶିକ୍ଷାନୁଷ୍ଠାନ ତାଲିକାରେ ରହିଛି ହିଞ୍ଜିଳି ବ୍ଲକ୍ ଗଣ୍ଡଳାସ୍ଥିତ ବେଲେଶ୍ଵର ଡିଗ୍ରୀ କଲେଜ ପାଇଁ ୨୫ ଲକ୍ଷ, ହିଞ୍ଜିଳି ସ୍ବୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ ପାଇଁ ୧ କୋଟି ୨୫ ଲକ୍ଷ ଓ ଶେରଗଡ଼ ବ୍ଲକ୍ ଉଦୟ ପ୍ରତାପ ସାଇନ୍ସ ଡିଗ୍ରୀ କଲେଜ ପାଇଁ ୫୦ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରାଯାଇଛି।ସେହିପରି ହିଞ୍ଜିଳି ବ୍ଲକ୍ ବେଲେଶ୍ଵର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିମନ୍ତେ ୨୫ ଲକ୍ଷ, ପୋଚିଲିମାସ୍ଥିତ ଖମ୍ବେୟା ଦୋରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୫୦ ଲକ୍ଷ, କଞ୍ଚୁରୁ ଯୁକ୍ତ ଦୁଇ ବିଜ୍ଞାନ କଲେଜ ପାଇଁ ୨୫ ଲକ୍ଷ, ପୌରାଞ୍ଚଳ ବିଜ୍ଞାନ ମହାବିଦ୍ୟାଳୟ ସକାଶେ ୧ କୋଟି ୨୫ ଲକ୍ଷ, ଶେରଗଡ଼ ବ୍ଲକ୍ ଉଦୟ ପ୍ରତାପ ଯୁକ୍ତ ଦୁଇ କଲେଜକୁ ୧ କୋଟି, ପିତଳ ଯୁକ୍ତ ଦୁଇ କଲେଜକୁ ୫୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି। ଏଥି ସହ ହିଞ୍ଜିଳି ବ୍ଲକ୍ ଶାସନ ଆମ୍ବଗାଁସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଶେରଗଡ଼ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ମଞ୍ଜୁର କରାଯାଇଛି। ଅନୁଦାନ ଅର୍ଥରେ ସ୍ମାର୍ଟ କ୍ଲାସ୍ ରୁମ୍, କମ୍ପୁଟର ଲ୍ୟାବ୍, ଇ-ଲାଇବ୍ରେରୀ, ପାନୀୟ ଜଳ ସୁବିଧା, ଶୌଚାଳୟ ସମେତ ଅନ୍ୟାନ୍ୟ ମରାମତି କାର୍ୟ୍ୟ କରାଯିବ। ଉଚ୍ଚଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି।