ମୁମ୍ବାଇ:ପ୍ରତି ବର୍ଷ ଭଳି ଏ ବର୍ଷ ବି ବଲିଉଡରେ ଅନେକ ସୁପରହିଟ୍ ଫିଲ୍ମ ରିଲିଜ ହେବାକୁ ଯାଉଛି, ଯାହାକୁ ଦର୍ଶକମାନେ ଖୁବ୍ ଆଗ୍ରହ ସହ ଅପେକ୍ଷା କରିରହିଛନ୍ତି । ସେଥିମଧ୍ୟରେ ପ୍ରଭାସଙ୍କ ଅଭିନିତ ‘ଆଦିପୁରୁଷ’ ମଧ୍ୟ ରହିଛି । ଫିଲ୍ମଟିର ଟିଜର ଆଗରୁ ରିଲିଜ ହେଇସାରିିଥିବା ବେଳେ ବାକି ରହିଛି ଟ୍ରେଲର ରିଲିଜ ହେବା । କିନ୍ତୁ ଆଜି ଟ୍ରେଲର ରିଲିଜ ଆଗରୁ ସୋସିଆଲ ମିଡିଆରେ ଲିକ୍ ହୋଇଛି । ଏ ନେଇ ପ୍ରଭାସ ତଥା ଅନ୍ୟ ଷ୍ଟାରମାନଙ୍କ ପ୍ରଶଂସକଙ୍କ ମଧ୍ୟରେ ଅସୋନ୍ତଷ ଦେଖାଦେଇଛିା
ଗତକାଲି ହାଇଦ୍ରାବାଦ ଏକ ଇଭେଣ୍ଟରେ ପ୍ରଭାସ ଓ କୀର୍ତ୍ତି ସେନନ୍ ଟ୍ରେଲକୁ ନିଜର ଫ୍ୟାନ୍ସଙ୍କୁ ଦେଖାଇଥିଲେ । ପରେ ଏହି ଟ୍ରେଲର ସ୍କ୍ରିଂନିଙ୍ଗ ଇଭେଣ୍ଟ ପରେ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଥିଲା । ହେଲେ ଏହାକୁ କିଏ ଏବଂ କେମିତି ଲିକ୍ କରିଛି ତାହା ଏବେ ସୁଦ୍ଧା ଜଣାପଡିନାହିଁ । ତେବେ ପ୍ରଭାସଙ୍କ ପ୍ର୍ରଶଂସକମାନେ ଏହାକୁ ଡିଲିଟ୍ କରି ଅଫିସିଆଲ ଲଂଚ କରିବାକୁ ଦାବି କରି ଟ୍ୱିଟ୍ କରିଛନ୍ତିା
ପ୍ରଭାସ ଓ କୀର୍ତ୍ତି ସେନନଙ୍କ ଅଭିନିତ ‘ଆଦିପୁରୁଷ’ର ଟ୍ରେଲର ଆଜି ସନ୍ଧ୍ୟାରେ ରିଲିଜ ହୋଇଥାନ୍ତା କିନ୍ତୁ ଏବେ ଏହା ଅପରାହ୍ନ ୧.୫୩ ରେ ରିଲିଜ ହେବ । ‘ଆଦିପୁରୁଷ’ର ଟିଜର ରିଲିଜ ସମୟରେ ଏହାକୁ ନେଇ ଅନେକ ବାଦ ବିବାଦ ହୋଇଥିଲା । ତେବେ ଏହି ଫିଲ୍ମକୁ ନେଇ ଦର୍ଶକ ବେଶ୍ ଆଗ୍ରହ ସହ ଅପେକ୍ଷା କରିଛନ୍ତି । ପ୍ରଥମେ ଏହି ଫିଲ୍ମ ୨୦୨୨ ଅଗଷ୍ଟରେ ରିଲିଜ ହେବାର ଥିଲା ପରେ ଏହା ୨୦୨୩ ଜୁନ୍ ୧୬ରେ ଥ୍ରୀଡିରେ ରିଲିଜ ହେବା