ଆଖି ପିଛୁଳାକେ କୁମ୍ଭୀରକୁ ଗିଳିଲା ଅଜଗର, ଭିଡିଓ ଭାଇରାଲ

0

ଙ୍ଗଲ ମଝିରେ ଶିକାରୀ ଓ ଶିକାରର , ଜଣେ ବଳବାନ ଜଣେ କମଜୋର୍ , ଜୀବନ ଓ ମୃତ୍ୟୁର ଲଢେଇରେ ବଞ୍ଚିବାକୁ ସଙ୍ଘର୍ଷ । ହେଲେ ବେଳେବେଳେ ଏମିତି ବି ହୁଏ ସବୁବେଳେ ଶିକାର କରୁଥିବା ଶିକାରୀଟି ବି ପାଲଟିଯାଏ ଶିକାର । ତେବେ ଏମିତି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛିା ତେବେ ଭିଡିଓକୁ ଯିଏ ଦେଖୁଛି ସେ ଆଶ୍ଚର୍ଯ୍ୟ ।
ଆପଣମାନେ କୁମ୍ଭୀର ଦେଖିଥିବେ ନିଶ୍ଚୟ । ସେ କେତେ ଭୟଙ୍କର ତାହା ବି ଆପଣମାନେ ଜାଣନ୍ତି । ହେଲେ କୁମ୍ଭୀର ବି କାହାର ଶିକାର ହେଇପାରେ କେବେ ଭାବିଛନ୍ତି କି? ତେବେ ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଏକ ବିଶାଳ ଅଜଗରର ପେଟକୁ ଚିରା ଯାଉଛି ହେଲେ ସେଥିରୁ ଯାହା ବାହାରୁଛି , ତାକୁ ଦେଖି ସମସ୍ତେ ବେଶ୍ ଆଶ୍ଚର୍ଯ୍ୟ । ପ୍ରାୟ ୧୮ ଫୁଟର ଅଜଗର ପେଟରୁ ବାହାରିଛି ୫ ଫୁଟ ଲମ୍ବର କୁମ୍ଭୀର । ଏହି ଭିଡିଓକୁ @TerrifyingNatur  ନାମକ ଏକ ଆକାଉଣ୍ଟରେ ପୋଷ୍ଟ କରାଯିବା ସହ କ୍ୟାପସନରେ ଲେଖାଯାଇଛି ୧୮ ଫୁଟର ଅଜଗର ଭିତରୁ ମିଳିଲା ୫ ଫୁଟ ଲମ୍ବର କୁମ୍ଭୀର ।


ଏହି ପ୍ରଜାତିର ଅଜଗର (ବର୍ମା ପାଇଥନ) ସାଧାରଣତଃ ୨୫ ଫୁଟ୍ ପର୍ଯ୍ୟନ୍ତ ବଢିଥାଏ । ତେବେ ଭିଡିଓରେ ଅନେକ ଲୋକ ଅନେକ ପ୍ରକାରର ମନ୍ତବ୍ୟ ଦେବା ସହ ପ୍ରଶ୍ନ ମଧ୍ୟ କରିଛନ୍ତି ।