କପିଳେଶ୍ୱର ମନ୍ଦିରର ସଂରକ୍ଷଣ ଏବଂ ଉନ୍ନତି ଦାୟିତ୍ବ ଏଏସ୍ଆଇକୁ ଦେବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାତ୍ସଲ୍ୟ କଲା ବିଜେଡି
ଭୁବନେଶ୍ୱର:କପିଳେଶ୍ୱର ମନ୍ଦିରର ସଂରକ୍ଷଣ ଏବଂ ଉନ୍ନତି ଦାୟିତ୍ବ ଏଏସ୍ଆଇକୁ ଦେବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାତ୍ସଲ୍ୟ କଲା ବିଜେଡି । ଅପରାଜିତାଙ୍କ ଠାରୁ କାମ ଶିଖନ୍ତୁ ଧର୍ମେନ୍ଦ୍ର । ସାମ୍ବାଦିକ ସମ୍ମିଳନୀ କରି ବିଜେଡି ମୁଖପାତ୍ର ଲେଲିନ ମହାନ୍ତି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ପାଇଁ ବେଶୀ କାମ କମ କରନ୍ତି । ଓଡ଼ିଶା ସହିତ ଜଡିତ ବିଷୟ କୁ ନେଇ ଉଦ୍ୟମ କମ ପ୍ରଚାର ବେଶୀ । ୫ ତାରିଖ ଦିନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ସୂଚାଇଲେ କପିଳେଶ୍ଵର ମନ୍ଦିରର ରକ୍ଷଣ ବେକ୍ଷଣ ପାଇଁ ଏସଏଆଇ କୁ ଦାୟିତ୍ୱ ଦିଆଗଲା । ୫ ତାରିଖ ରେ ନୋଟିଫିକେସନ ହେଲା କିନ୍ତୁ ୯ ରେ କେନ୍ଦ୍ରମନ୍ତ୍ରୀ ଚିଠି ଲେଖୁଛନ୍ତି ଏସଆଇକୁ ରକ୍ଷଣ ବେକ୍ଷଣ କରୁ । ନିଜର ପ୍ରଚାର ବେଶୀ କପିଳେଶ୍ଵର ମନ୍ଦିର ଏକ ବାହାନା । ଗୋଟିଏ କ୍ୟାବିନେଟର ସାଥି ମନ୍ତ୍ରୀ କିନ୍ତୁ ଜାଣୁନାହାନ୍ତି କଣ ହେଉଛି। ଲୋକ ହସା ତ ହେଉଛନ୍ତି ଏଥିସହ କେନ୍ଦ୍ରୀୟ ସ୍ତରରେ କଣ ହେଉଛି ଲୋକେ ହସୁଛନ୍ତି । କେନ୍ଦ୍ରମନ୍ତ୍ରୀ ବ୍ୟାକୁଳ ନ ହୋଇ କେମିତି କାମ କରାଯାଏ ଅପରାଜିତା ଷଡ଼ଙ୍ଗୀ ଙ୍କ ଠାରୁ ଶିଖନ୍ତୁ ବୋଲି କହିଛନ୍ତି ବିଜେଡି ମୁଖପାତ୍ରଲେଲିନ ମହାନ୍ତି, ।